ହସ୍ପିଟାଲରେ ଅଗ୍ନିକାଣ୍ଡ : ଜଣେ ମୃତ, ୪ ଅଚେତ

ନନ୍ଦିଘୋଷ ବ୍ୟୁରୋ : ରକ୍ଷୀ ପୂର୍ଣ୍ଣମାରେ ଅଘଟଣ । ରାଜଧାନୀ ଦିଲ୍ଲୀରେ ଅଗ୍ନିକାଣ୍ଡ । ଏକ ହସ୍ପିଟାଲରେ ନିଆଁ ଲାଗିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଅଚେତ ହୋଇପଡିଛି । ଦିଲ୍ଲୀର ଆନନ୍ଦ ବିହାରରେ ଏକ ହସ୍ପିଟାଲରେ ନିଆଁ ଲାଗିଯାଇଛି । ନିଆଁ ଲାଗିଯିବାରୁ ହସ୍ପିଟାଲ ସାରା ଧୂଆଁ ଭର୍ତ୍ତି ହୋଇଥିଲା । ଫଳରେ ରୋଗୀମାନଙ୍କୁ ଝରକା ଭାଙ୍ଗି ବାହାର କରାଯାଇଥିଲା । ନିଆଁ ଅକ୍ସିଜେନ ସିଲିଣ୍ଡରକୁ ଲାଗିଥିବା ଜଣାପଡିଛି । ମେଡିକାଲରେ ଥିବା ଅନ୍ୟ ସିଲିଣ୍ଡର ଗୁଡିକୁ ବାହାର କରାଯାଇଛି । ଉଦ୍ଧାରକାର୍ଯ୍ୟ ଚାରି ରହିଛି ।
ଏହି ଅଗ୍ନିକାଣ୍ଡରେ ଜଣେ ହସ୍ପିଟାଲ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏଥି ସହ ୪ ଜଣ ରୋଗୀ ଅଚେତ ହୋଇପଡିଛନ୍ତି । ସେମାନଙ୍କ ଉଦ୍ଧାର କରି ଅନ୍ୟ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି ।