ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତି, ଆଖି ପିଛୁଳାକେ ପୋଡ଼ି ପାଉଁଶ

Fire Mishap

ରାଉରକେଲା: ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତି । ଆଖି ପିଛୁଳାକେ ଜଳିପୋଡ଼ି ପାଉଁଶ ହୋଇଗଲା ପୁରା ଗୋଦାମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ଅଞ୍ଚଳରେ । ରାଉରକେଲା ପାଓ୍ୱାର ହାଉସ୍‌ ଛକ ନିକଟରେ ଥିବା ଏକ ଅଖା ଗୋଦାମରେ ଲାଗିଲା ନିଆଁ । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଆଖି ପିଛୁଳାକେ ଚାରିଆଡ଼େ ମାଡ଼ିଯାଇଥିଲା । ଲକ୍ଷଲକ୍ଷ ଟଙ୍କାର କଞ୍ଚାମାଲ ସହ ମେସିନ୍‌ ଓ ନୂଆ ଷ୍ଟକ୍ ସବୁ ପୋଡ଼ି ପାଉଁଶ ହୋଇଯାଇଛି ।

ଖବର ପାଇ ସ୍ଥାନୀୟ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ହେଲେ ସଫଳ ହୋଇନଥିଲା । ପରେ ଗୋଟିଏ ପରେ ଗୋଟିଏ ଦମକଳ ସଂଖ୍ୟା ବଢ଼ି ଚାଲିଲା । ଏପରି ୫ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ସାମିଲ ଥିଲେ । ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଅଗ୍ନି କାଣ୍ଡର କାରଣ ସ୍ପଷ୍ଟ ଜଣାପଡ଼ି ନଥିବା ବେଳେ ସର୍ଟ ସର୍କିଟ୍‌ କାରଣରୁ ଏଭଳି ଘଟିଥିବା ଆଶଙ୍କା କରାଯାଉଛି ।

Leave a Reply