ପିଚୁରେ ଲାଖି ଯାଇଥିବା ନାଗ ସାପକୁ ନୂଆ ଜୀବନ ଦେଲେ ଅଗ୍ନିଶମ କର୍ମଚାରୀ

Fire Service Employee Safely Rescued An Cobra From Liquid Asphalt

ଭୁବନେଶ୍ୱର: ନାଗ ପାଇଁ ଦେବଦୂତ ସାଜିଲେ ବବୁଲ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ତେଲେନପଲି ଗାଁର ପ୍ରସନ୍ନ ପ୍ରଧାନଙ୍କ ବାଡ଼ିରେ ଏକ ନାଗ ସାପ ତରଳି ଥିବା ପିଚୁରେ ସମ୍ପୂର୍ଣ୍ଣ ଭାବେ ଲାଖି ଯାଇଥିଲା । ସେଠାରେ ସ୍ନେକ ହେଲ୍ପ ଲାଇନର କେହି ସଦସ୍ୟ ନାହାନ୍ତି । ଏଣୁ ପ୍ରସନ୍ନ ବାବୁ ଫାୟାର ବ୍ରିଗେଡ଼କୁ ଫୋନ କରି ଖବର ଦେଇଥିଲେ ।

Fire Service Employee Safely Rescued An Cobra From Liquid Asphalt

ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ବବୁଲ ରାଉତ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ପିଚୁ ଦେହରୁ ନାଗ ସାପକୁ ଯତ୍ନର ସହିତ ଛଡ଼ାଇ ଏକ ସୁରକ୍ଷିତ ସ୍ଥାନକୁ ଆଣିଥିଲେ । ତା’ପରେ ସାପର ଶରୀରରେ ଲାଗିଥିବା ପିଚୁକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଏକ କପଡାକୁ କିରାସିନିରେ ବୁଡ଼େଇ ଅତି ଯତ୍ନର ସାପ ଦେହରେ ଘଷି ପିଚୁକୁ ବାହାର କରିଥିଲେ । ସାପ ଦେହରୁ ସବୁ ପିଚୁ ବାହାର କରିବାକୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଥିଲା । ଏହି ସମୟରେ ଅତି କମରେ ୧୦ ଥର ସାପ ଦେହକୁ ପାଣିରେ ଧୋଇଥିଲେ । ସାପ ଟିକୁ ଗାଁଠାରୁ ଅଲଗା ଯାଗାରେ ନେଇ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ ବବୁଲ ।

Fire Service Employee Safely Rescued An Cobra From Liquid Asphalt

ଫାୟାର ମ୍ୟାନ ଟ୍ରେନିଂରେ ସେ ଶିଖିଥିବା ଅନୁଶାସନ ହିଁ ତାଙ୍କୁ ସାପ ଉଦ୍ଧାର ପାଇଁ ପ୍ରେରଣା ଦେଇଛି ବୋଲି କୁହନ୍ତି ବବୁଲ ରାଉତ । ସାପ ଦେହରେ କିରାସିନି ଲଗେଇଥିବାରୁ କାଳେ କିଛି ରାସାୟନିକ ପ୍ରତିକ୍ରିୟା ହେବ ସେଥିପାଇଁ ସେ ବାରମ୍ବାର ପାଣିରେ ଧୋଇ ଦେଉଥିଲେ । ଯାହା ଫଳରେ କିରାସିନିର ପ୍ରଭାବ କମ ରହିବ । ସେଭଳି କରିନଥିଲେ ସାପଟି ମରି ଯାଇଥାନ୍ତା ବୋଲି କହିଛନ୍ତି ବବୁଲ୍ ।

Fire Service Employee Safely Rescued An Cobra From Liquid Asphalt

ମୋର ପ୍ରାଥମିକ କାମ ହେଲା ସରକାରୀ ଡ୍ୟୁଟି । ଡ୍ୟୁଟି ସମୟ ଶେଷ ପରେ ମୁଁ ସାପ ପରି ଛୋଟ ଛୋଟ ବନ୍ୟ ପ୍ରାଣୀଙ୍କୁ ଉଦ୍ଧାର କରିବା ପାଇଁ ମୋର ସମୟକୁ ବିନିଯୋଗ କରିଥାଏ । ତେବେ କେଉଁ ବି କାମକୁ ଯିବା ପୂର୍ବରୁ ମୋର ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବାକୁ ଭୁଲି ନଥାଏ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୁଁ ନିଜେ ଅନେକ ଥର କୂଅ ଭିତରେ ପଶିଛି । କୂଅରେ ଅନେକ ସମୟରେ ଗାଈ ବଳଦଙ୍କ ସହିତ ନାଗ ସାପ ମଧ୍ୟ ପଡ଼ି ଯାଇଥାନ୍ତି । ସେହିପରି କ୍ଷେତ୍ରରେ ବବୁଲଙ୍କ ଭଳି ଫାୟାର ମ୍ୟାନ ଥିଲେ ସୋନେ ପେ ସୁହାଗା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନଙ୍କୁ ଆମେ ସାପ ଉଦ୍ଧାର କରିବା ପ୍ରଶିକ୍ଷଣ ଦେଇଥାଉ, ହେଲେ କୂଅ ଭିତରେ ପଶିବା ଆମେ ଶିଖିନାହୁଁ । ଏଣୁ ବବୁଲଙ୍କ ପରି କର୍ମଚାରୀ ଆମ ରାଜ୍ୟର ଗର୍ବ ଓ ଗୌରବ ନିଶ୍ଚୟ ।

କରୋନା ମହାମାରୀର କଟକଣା ହଟିବା ପରେ ସ୍ନେକ ହେଲ୍ପ ଲାଇନ ତରଫରୁ ଫାୟାରମ୍ୟାନ୍ ବବୁଲ ରାଉତଙ୍କୁ ସାପ ଧରିବାର ବିଶେଷ କୌଶଳ ଶିଖେଇବା ସହ ତାଙ୍କ ଠାରୁ କୂଅରେ ପଶିବା ଓ ବାହାରିବା କୌଶଳ ଶିଖୁବୁ ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ ।

Leave a Reply