ଟ୍ରଲର ମାଲିକଙ୍କୁ ଗୁଳିମାଡ଼, ୬ରୁ ୭ ଜଣ ଦୁର୍ବୃତ୍ତ ଆସି ଗୁଳି କଲେ

Balasore

ବାଲେଶ୍ୱର: ବାଲେଶ୍ୱର ବଳରାମଗଡ଼ିରେ ଟ୍ରଲର ମାଲିକଙ୍କୁ ଗୁଳିମାଡ଼ ଘଟଣା । ଟ୍ରଲର ମାଲିକଙ୍କ ମୃତ୍ୟୁ । ବ୍ୟବସାୟିକ ଶତ୍ରୁତାରୁ ଗୁଳି କରାଯାଇଥିବା ସୂଚନା । ଟ୍ରଲର ମାଲିକଙ୍କ ନାମ ବିଜୟ ପ୍ରଧାନ । ବିଜୟ ‘ଦୀପା ତାରିଣୀ’ ଟ୍ରଲରର ମାଲିକ । ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ସମ୍ପର୍କରେ ଏବେ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ । ୩ ରୁ ୪ଟି ମୋଟର ସାଇକେଲରେ ହେଲମେଟ ପିନ୍ଧି ଆସିଥିଲେ ଦୁର୍ବୃତ୍ତ । ୬ରୁ ୭ ଜଣ ଦୁର୍ବୃତ୍ତ ଆସିଥିବା ବେଳେ ପ୍ରାୟ ୭ ରାଉଣ୍ଡ ଗୁଳି ଫୁଟିଥିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି । ତେବେ କେବଳ ଗୁଳିମାଡ଼ ନୁହେଁ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । ଗୁଳି କରିବା ପରେ ସମସ୍ତେ ଫେରାର ହୋଇଯାଇଛନ୍ତି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଗୁରୁତର ବିଜୟଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସ ଆରମ୍ଭ କରିଥିବା ବେଳେ ତାଙ୍କର ମୃତ୍ୟୁ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା । ଏହାର କିଛି ସମୟ ପରେ ମେଡିକାଲରେ ହିଁ ବିଜୟଙ୍କ ମୃତ୍ୟୁ ହୋଇଯାଇଛି । ଗୁଳିମାଡ଼ ଯୋଗୁଁ ବହୁ ମାତ୍ରାରେ ରକ୍ତ ବୋହି ଯାଇଥିଲା । ତେଣୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ତାଙ୍କ ମୃତ୍ୟୁ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Leave a Reply