ପୁରୀରେ ମାଛ ମଡ଼କ: ସମୁଦ୍ରକୂଳରେ ପଡ଼ିଛି କୁଢ଼ କୁଢ଼ ମଲା ମାଛ

ପୁରୀ: ସମୁଦ୍ରକୂଳରେ କୁଢ଼ କୁଢ଼ ମାଛ ମଡ଼କ ଦେଖିବାକୁ ମିଳିଛି | ଏହାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି | ତେବେ ଏହି ମାଛ ଗୁଡ଼ିକ ଡିସ୍କୋ କୋକଲି ପ୍ରଜାତିର ହୋଇଥିବା ବେଳେ ଏହାର ମୃତ୍ୟୁର ପ୍ରକୃତ କାରଣକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି |  ବାତ୍ୟା ପୂର୍ବରୁ ଏହାର ପ୍ରଭାବରେ ମାଛ ମଡ଼କ ହୋଇଥିବା କହୁଥିବା ବେଳେ କେହି କେହି ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ଦେଖାଯାଇଥିବା ମତ ରଖିଛନ୍ତି | ଅନ୍ୟପକ୍ଷରେ ଏହି ଡିସ୍କୋ କୋକଲି ପ୍ରଜାତି ମାଛ ବର୍ତ୍ତମାନ ଲକ୍‌ଡାଉନ୍ ସମୟରେ ରପ୍ତାନୀ ହୋଇପାରୁନଥିବା ହେତୁ ମସ୍ୟଜୀବୀମାନେ ଏହାକୁ ଫୋପାଡ଼ି ଦେଉଥିବା ଅନୁମାନ କରାଯାଉଛି | ତେବେ ମାଛ ମଡ଼କର ପ୍ରକୃତ କାରଣ ଏବେବି ଅସ୍ପଷ୍ଠ ଥିବା ବେଳେ ପୁରୀ ଉପକୂଳରେ  ଏଭଳି ମଲା ମାଛ ଦେଖାଯିବାକୁ ନେଇ ଅନୁସନ୍ଧାନ ଆବଶ୍ୟକତା ରହିଛି |

ଏଥିସହିତ ପଢ଼ନ୍ତୁ: ୩୦ ବର୍ଷ ପରେ ସାତକୋଶିଆ ପ୍ରାକୃତିକ ଆବାସ ସ୍ଥଳୀରେ ଜନ୍ମ ନେଇଛନ୍ତି ବିରଳ ଘଡ଼ିଆଳ  କୁମ୍ଭୀର

 

Leave a Reply