କରୋନା କାଳରେ କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା; ଜାଣନ୍ତୁ କି ସୁବିଧା ମିଳିବ…

1 min read

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ କୋଭିଡ୍ ପ୍ରଭାବିତ ସେକ୍ଟର ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ସହାୟତା ସ୍କିମ୍ ଘୋଷଣା କରିଛନ୍ତି । ଏଥିସହିତ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶିଳ୍ପ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ର ଲାଗି ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । କୃଷକଙ୍କ ଲାଗି ସବସିଡି ଯୋଜନା ଅଧିନରେ ୧୪,୭୭୫ କୋଟି ଟଙ୍କାର ଅତିରିକ୍ତ ସବସିଡିର ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ରବି ଋତୁ ୨୦୨୦-୨୧ରେ ସରକାର ୩୮୯.୯୨ ଲକ୍ଷ ମେଟ୍ରିକ୍ ଟନ୍ ଗହମ କିଣିଥିଲେ । ଅନ୍ୟପକ୍ଷରେ ୨୦୨୧-୨୨ରେ ୪୩୨.୪୮ ଲକ୍ଷ ଟନ୍ ଗହମ କିଣିଛନ୍ତି । ଏଥିପାଇଁ ୮୫ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ଏହାବ୍ୟତୀତ କୁପୋଷଣ ବିରୋଧରେ ଲଢେଇ ଓ କୃଷକଙ୍କ ଆୟ ବଢାଇବା ଲାଗି କ୍ଲାଇମେଟ୍ ରେସିଲିଏଣ୍ଟ ସ୍ପେଶାଲ ଟ୍ରାସ୍ ଭେରାଇଟି ମଧ୍ୟ ଜାରି କରିଛନ୍ତି । ଏହା ଅଧିନରେ କୃଷକ ମାନଙ୍କୁ ICAR ଦ୍ବାରା ବିକଶିତ ଏଭଳି ମଞ୍ଜି ଦିଆଯିବ ଯେଉଁଥିରୁ ଉତ୍ପାଦିତ ଫସଲରେ ପ୍ରୋଟିନ୍, ଆଇରନ୍, ଜିଙ୍କ ଓ ଭିଟାମିନ୍-ଏ ଭରପୂର ରହିବ ।

ଏହି ମଞ୍ଜି ବାୟୋ-ଫୋର୍ଟିଫାଇଡ୍ କାପ୍ ଭେରାଇଟିର ହେବ । ପୂର୍ବ ଭାରତର କୃଷକଙ୍କ ଲାଭ ପାଇଁ ନର୍ଥ ଇଷ୍ଟର୍ନ ରିଜନଲ୍ ଏଗ୍ରିକଲଚର୍ ମାର୍କେଟିଂ କର୍ପୋରେସନ୍ ଲି.ର ପୁନରୁଦ୍ଧାର କରାଯାଇପାରିବ । ଏଥିପାଇଁ ସରକାର ୭୭.୪୫ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଦେବେ ।

Leave a Reply