ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମାବଳୀ ପ୍ରସ୍ତୁତ କରିବାକୁ ପ୍ରସ୍ତାବ

1 min read

ଭୁବନେଶ୍ୱର: ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନୂତନ ଖାଦ୍ୟ ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରାଯାଇଛି । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମାବଳୀ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଯ଼ୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନୂତନ ଆଇନରେ ଗଠିତ ହେବାକୁ ଥିବା କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦରେ ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ସଭ୍ୟ ହିସାବରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଆଇନର ଧାରା ୨୯ ଅନୁଯାୟୀ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗରେ ସଭାପତି ଓ ସଭ୍ୟ ମାନଙ୍କ ଇସ୍ତଫା ଗ୍ରହଣ ଏବଂ ଅପସାରଣ କ୍ଷମତା ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ କରାଯିବା ଆବଶ୍ୟକ । ସେହିପରି ଧାରା ୩୦ ଅନୁଯାୟୀ ଜିଲ୍ଲା ଆୟୋଗର ସଭାପତି ଓ ସଦସ୍ୟମାନଙ୍କର ଦରମା, ଭତ୍ତା ଆଦି ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବାକୁ ପ୍ରସ୍ତାବ ଦିଆଯାଇଛି । ')}

Leave a Reply