ରିମାଣ୍ଡର ତୃତୀୟ ଦିନରେ ବିରଞ୍ଚି ସାହୁଙ୍କୁ କାରାଥନ ଜେରା

ଭୁବନେଶ୍ୱର: ଖୋଲିବ କୁବେର ପିଏସଙ୍କ କଳାଧନର କୁହୁକ ପେଡ଼ି। କୋଟିପତି ବିରଞ୍ଚି ସାହୁଙ୍କୁ ମାରାଥନ୍ ଜେରା କରୁଛି ଭିଜିଲାନ୍ସ। ଆଜି ତୃତୀୟ ଦିନରେ ବିରଞ୍ଚି ସାହୁଙ୍କୁ କରାଯିବ ଜେରା। ବିରଞ୍ଚିଙ୍କ ୧୦ ଦଶ ବର୍ଷର ଫାଇଲ ଖୋଲିଛି ଭିଜିଲାନ୍‌ସ। ବିରଞ୍ଚିଙ୍କ ପାଖକୁ କେମିତି ଆସିଲା ଏତେ ନଗଦ ଟଙ୍କା। ବେଆଇନ ଆୟର ଉତ୍ସ କଣ, ପ୍ଲଟ ଓ ସୁନା କେଉଁ ଟଙ୍କାରେ କିଣା ହୋଇଛି ? ବିରଞ୍ଚିଙ୍କ ପତ୍ନୀ ଓ ସଢ଼ୁଙ୍କ ନାଁରେ କେତେ ସମ୍ପତ୍ତି ରହିଛି, ଏସବୁର ଟିକିନିଖି ତଥ୍ୟ ସଂଗ୍ରହ କରୁଛନ୍ତି ଭିଜିଲାନ୍ସ ଟିମ୍। ଦୁର୍ନୀତିର ଗୁମର ଫିଟାଇବା ପାଇଁ ବିରଞ୍ଚିଙ୍କ ପତ୍ନୀ ଓ ସଢୁଙ୍କ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଯୋଜନା ରହିଛି। ତଦନ୍ତ ପରେ ବିରଞ୍ଚିଙ୍କ ଦୁର୍ନୀତିର କଳା ସାମ୍ରାଜ୍ୟ ଉପରୁ ପରଦା ହଟିବ ବୋଲି ଭିଜିଲାନ୍‌ସ ଆଶା ରଖିଛି। ସେପଟେ କୋଟିପତି ବିରଞ୍ଚିଙ୍କ ଟଙ୍କାର ଉତ୍ସ ଦେଖି ମନି ଲଣ୍ଡରିଂ ଆକ୍ଟରେ ନିଜ ଆଡୁ ମାମଲା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

 

 

Leave a Reply