୧୭୧୦ ଲିଟର ବିଦେଶୀ ମଦ ଜବତ: ୪ ଜଣ ମଦ ମାଫିଆ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ତାମଡା ଗାଁରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ୧୯୦ ପେଟିରେ ଥିବା ୧୭ ଶହ ୧୦ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଗୋଟିଏ କାର୍‌ ସହିତ ୪ ଜଣ ମଦ ମାଫିଆଙ୍କୁ ଅବକାରୀ ବିଭାଗ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅରୁଣାଚଳ ପ୍ରଦେଶରୁ ଏହି ବିଦେଶୀ ମଦ ଆସିଥିଲା ।

ଜବତ ମଦର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ରାଉରକେଲା ଅବକାରୀ ଡି ଏସ୍‌ ପି ଝସକେତନ ବରିହା ସୂଚନା ଦେଇଛନ୍ତି । ଲକଡାଉନ ସମୟରେ ବିଭିନ୍ନ ଗାଡ଼ିରେ ଚୋରାରେ ଅରୁଣାଚଳ ପ୍ରଦେଶରୁ ଵିଦେଶୀ ମଦ ଆଣି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଅବକାରୀ ବିଭାଗ ସୂଚନା ପାଇ ଗତ ମଧ୍ୟରାତ୍ରୀରେ ତାମଡା ଗ୍ରାମରେ ଚଢ଼ାଉ କରି ମଦ ଜବତ କରିବା ସହ ୪ଜଣ ମଦ ମାଫିଆଙ୍କୁ ଗିରଫ କରିଛି । ଚୋରା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଥିବା ଅବକାରୀ ଡିଏସପି ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟିକା ନେବା ପରେ ମୃତ୍ୟୁ ନେଇ ସର୍ଭେ କରୁଛନ୍ତି ବିଶେଷଜ୍ଞ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 

Leave a Reply