ପାଟଣାଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଓ ପୂର୍ବତନ ବିଜେପି ବିଧାୟକଙ୍କ କଥା କଟାକଟି, ଭିଡିଓ ଭାଇରାଲ

ବଲାଙ୍ଗୀର: ପାଟଣାଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଓ ପୂର୍ବତନ ବିଜେପି ବିଧାୟକ କନକବର୍ଦ୍ଧନଙ୍କ ମଧ୍ୟରେ କଥା କଟାକଟି । କନକବର୍ଦ୍ଧନଙ୍କୁ ଜବାବ ମାଗିଲେ ବ୍ଲକ୍ ଅଧ୍ୟକ୍ଷ । ଯାହାର ଭିଡିଓ ଭାଇରାଲ୍ ହୋଇଛି । ପାଟଣାଗଡ଼ ବ୍ଲକ ଡାଙ୍ଗବହାଲରେ ଆୟୋଜିତ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ କାର୍ଯ୍ୟକ୍ରମରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପାଟଣାଗଡ଼ ବ୍ଲକ୍ ଅଧ୍ୟକ୍ଷ ନୀଳକାନ୍ତ ବାଗ୍‌ ଓ ପାଟଣାଗଡ଼ର ପୂର୍ବତନ ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓ କଥା କଟାକଟି ହୋଇଥିଲେ  । ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଏଠାରେ ରାଜନୀତି କରନ୍ତୁ ନାହିଁ ବୋଲି ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ୍‌ କହିଥିଲେ । କନକବର୍ଦ୍ଧନ ୨୫ ବର୍ଷ ଧରି ବିଧାୟକ ଓ ମନ୍ତ୍ରୀ ଥିବା ବେଳେ କାହିଁକି ପାଟଣାଗଡ଼ ବିକାଶ କଥା ଚିନ୍ତା କଲେନାହିଁ ବୋଲି ପ୍ରଶ୍ନ କରିଥିଲେ ବ୍ଲକ୍ ଅଧ୍ୟକ୍ଷ  ।

ଦୀର୍ଘ ସମୟ ଧରି ପାଟଣାଗଡ଼ ବ୍ଲକ୍ ଅଧ୍ୟକ୍ଷ ନୀଳକାନ୍ତ ବାଗ୍‌ ଓ ପାଟଣାଗଡ଼ର ପୂର୍ବତନ ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିଥିଲା  । ଏନେଇ ଉଭୟଙ୍କ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ଭିଡିଓରୁ କଥା କଟାକଟି ସ୍ପଷ୍ଟ ଜଣାପଡୁଛି  ।