ପୂର୍ବ ଅନ୍ତର୍ଜାତୀୟ କ୍ରିକେଟର ସାହିଦ ଆଫ୍ରିଦିଙ୍କୁ କରୋନା: ଟ୍ୱିଟ୍ କରି କହିଲେ କିଛି ଏଭଳି କଥା

1 min read
former-cricketeer-sahid-afrid-tested-corona-positive

କରାଚୀ: କରୋନା କବଳରେ କ୍ରିକେଟର । କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ପାକିସ୍ତାନ ଦଳର ପୂର୍ବତନ ସଦସ୍ୟ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସାହିଦ ଆଫ୍ରିଦି । ସେ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ପୂର୍ବ କ୍ରିକେଟର ନିଜ ଫାଉଣ୍ଡେସନ୍‌ର ସଦସ୍ୟଙ୍କ ସହ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ସହାୟତା କରୁଥିବା ବେଳେ ଏବେ ସେ କରୋନା ସଂକ୍ରମିତ ହୋଇଛନ୍ତି । ଜଣେ ହାଇପ୍ରୋଫାଇଲ କ୍ରିକେଟର ହିସାବରେ ସେ ପ୍ରଥମ ବ୍ୟକ୍ତି ଯିଏ କି କରୋନା ଚିହ୍ନଟ ହୋଇଛନ୍ତି ।

ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ମୁଁ ୨ ଦିନ ହେଲା ଅସୁସ୍ଥ ଅନୁଭବ କରୁଥିଲି । ଦେହ ଭୀଷଣ ଦରଜ କରୁଥିଲା । ପରୀକ୍ଷା ପରେ ଦୁର୍ଭାଗ୍ୟ ବସତଃ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଆଶୁ ଆରୋଗ୍ୟ ନିମନ୍ତେ ଆପଣଙ୍କ ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ଆଫ୍ରିଦି ।

ଉଲ୍ଲେଖ ଯୋଗ୍ୟ ଯେ, ସେ ନିଜ ଟିମ୍‌ ସହ କରୋନା ସମୟରେ ବିଭିନ୍ନ ଲୋକଙ୍କୁ ସହଯୋଗ କରୁଛନ୍ତି । ଏଭଳି ସମୟରେ ସେ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ସଂକ୍ରମିତ ହୋଇଥାଇପାରନ୍ତି । କିନ୍ତୁ ବିଗତ କିଛି ଦିନ ହେଲା ସେ ବିବାଦରେ ରହିଛନ୍ତି । କଶ୍ମୀର ପ୍ରସଂଗ ଓ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ସେ ବିବାଦ ଘେରକୁ ଆସିଛନ୍ତି ।

Leave a Reply