ଏମିତି ବି ଆସେ ମୃତ୍ୟୁ, ଆଉ ଛାରଖାର୍‌ ହୋଇଯାଏ ପରିବାର; ପୋଖରୀରେ ବୁଡ଼ି ପରିବାରର ୪ ମୃତ…

ଢ଼େଙ୍କାନାଳ: ଏମିତି ବି ଆସେ ମୃତ୍ୟୁ । ଆଉ ଛାରଖାର୍‌ ହୋଇଯାଏ ପରିବାର । ଗୋଟିଏ ପରିବାର ଏକାଥରକେ ୪ ଜଣ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ଆଉ କୋଳ ଶୁନ୍ୟ ହୋଇଯାଇଛି ମା’ । ଢେଙ୍କାନାଳ ଗୋବିନ୍ଦପୁର ଶବରସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସମୟ ସକାଳ ୧୧ଟା ୩୦ । ଘରେ ଲାଇନ୍‌ ନଥିବାରୁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଗୋଟିଏ ପରିବାରର ୨ ଶିଶୁଙ୍କ ସହ ୨ ନାବାଳିକା । ହେଲେ କିଏ ଜାଣିଥିଲା ତାଙ୍କୁ ସେଠାରେ ଜଗିଥିଲା ଯ଼ମ । ଗାଧୋଇବା ସମୟରେ ୨ ଶିଶୁ ପାେଖରୀରେ ବୁଡିଯାଇଥିଲେ । ତେବେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୨ଜଣ ପାଣିକୁ ଡେଇଁ ପଡ଼ିଥିଲେ । ହେଲେ ବିଧିର ବିଧାନ ଥିଲା ଅଲଗା । ୨ ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଆଉ ୨ ଜଣଙ୍କ ଜୀବନ ।

ପ୍ରଥମେ ଘଟଣା ଜଣାପଡିବା ପରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରାଯାଇଛି । ଏଭଳି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave a Reply