ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ

କେନ୍ଦୁଝର : କେନ୍ଦୁଝରରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ।  ଠକେଇ ଅଭିଯୋଗରେ ଗତକାଲି ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ଟୁଲୁ ମଲ୍ଲିକ , ଜୀବନାନନ୍ଦ ସାମଲ,  ଯଶୋବନ୍ତ ସିଂ ସାମଲ। ଗିରଫ ଟୁଲୁ ମଲ୍ଲିକଙ୍କ ଘର ପୁରୀ ମରାଳ ଗାଁରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଆନନ୍ଦପୁର ଆଞ୍ଚଳର ବୋଲି ସୂଚନା ଦେଇଛି କେନ୍ଦୁଝର ପୋଲିସ ।  ବିଭିନ୍ନ ସଂସ୍ଥାରେ ଚାକିରି କରାଇଦେବା ନାଁରେ ୧୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ତଦନ୍ତ ବେଳେ ବିଭିନ୍ନ କମ୍ପାନୀର ଜାଲ ନିଯୁକ୍ତି ପତ୍ର ଜବତ୍ ହେବା ସହିତ ଅନେକ ଜାଲ ଦସ୍ତାବିଜ ଏବଂ ଏକ ଲାପଟପ, ଦୁଇଟି ମୋବାଇଲ , ଗୋଟିଏ ମୋଟର ସାଇକେଲ, ନଗଦ ୨୫ହଜାର ଟଙ୍କା ଆଦି ଜବତ କରିଛି।