ଆସିଲା ନୂଆ କୋଭିଡ ଆଡଭାଇଜରି, ରାଜ୍ୟରେ ବଢ଼ାଯିବ ଟେଷ୍ଟିଂ ଓ ସର୍ଭେଲାନ୍ସ

1 min read

ଭୁବନେଶ୍ୱର: କୋଭିଡର ଭୟବହତା ପୁନର୍ବାର ବୃଦ୍ଧି ଘଟିଛି  । ଚାଇନା ଠୁ ଭାରତ ସବୁଠି ଦେଖାଗଲାଣି କୋଭିଡର ଉତ୍ପାତ  । ଏହାକୁ ଦୃଷ୍ଟିରେ ରଖି ନୂଆ ଆଡଭାଇଜରି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ  ।  ଗତ ୨ସପ୍ତାହ ଧରି ବିଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣ  । ରାଜ୍ୟରେ ୨୦୨୨ ନଭେମ୍ବର ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି  ।
ହସ୍ପିଟାଲରେ ଜଣେ ବି କରୋନା ସଂକ୍ରମିତ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳୀନ ପଣ୍ଡିତ  ।

ରାଜ୍ୟରେ ୨୦୨୨ ନଭେମ୍ବର ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି  । ବର୍ତ୍ତମାନ ହସ୍ପିଟାଲରେ ଜଣେ ବି କରୋନା ସଂକ୍ରମିତ ନାହାଁନ୍ତି  । ଓମିକ୍ରନର ନୂଆ ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ ହୋଇଛି  । ICMR ଗାଇଡଲାଇନ ଅନୁସାରେ ରାଜ୍ୟରେ ଟେଷ୍ଟିଂ ଓ ସର୍ଭେଲାନ୍ସ ବଢ଼ାଯିବ  । ବିମାନବନ୍ଦର ଓ ସାମୁଦ୍ରିକ ବନ୍ଦରରେ ସର୍ଭେଲାନ୍ସ ବଢ଼ାଯାଇଛି  ।
କୋଭିଡ ପଜିଟିଭ ଚିହ୍ନଟ ହେଲେ ଜେନମ ସିକ୍ୟୁଏନ୍ସିଂ କରାଯାଉଛି  । ସେହିପରି RMRC, ILS ମାଧ୍ୟମରେ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନ୍ସିଂ କରାଯାଉଥିବା କହିଛନ୍ତି ଶାଳୀନ ପଣ୍ଡିତ  ।

କଟକ, ବ୍ରହ୍ମପୁର, ବୁର୍ଲା ମେଡିକାଲରେ ୨୦ଟି ଲେଖାଏଁ ବେଡ୍ ପ୍ରସ୍ତୁତ ଅଛି  । ଏହା ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ  । ଆବଶ୍ୟକସ୍ଥଳେ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ପ୍ରଶାସନ ପ୍ରସ୍ତୁତ ଅଛି  । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସହ ପର୍ଯ୍ୟାପ୍ତ ଅକ୍ସିଜେନ ରହିଛି  । ସବୁ ଡାକ୍ତରଖାନାରେ ୨୭ତାରିଖରୁ ହେବ ମକଡ୍ରିଲ୍  । ସବୁ ମେଡିକାଲରେ ମାନବ ସମ୍ବଳ, ପରିବହନ, ଔଷଧ, ଶଯ୍ୟା ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳୀନ ପଣ୍ଡିତ  ।