spot_img

Latest Posts

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଯୁବକ

ଜି ଉଦୟଗିରି : ପରିବାର ପ୍ରତିପୋଷଣ ଲାଗି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ଶବ ହୋଇ ଫେରିଲେ ଯୁବକ । କେରଳରୁ କନ୍ଧମାଳ ଟିକାବାଲି ଅଏଂଚଳରୁ ଆସିଛି ଯୁବକଙ୍କ ମୃତଦେହ। ମୃତକ ହେଲେ ଟିକାବାଲି ବ୍ଲକ୍ ଗାଡ଼ିଙ୍ଗିଆ ପଞ୍ଚାୟତର ପାଙ୍ଗାନାଜୁ ଗାଁର ୩୨ ବର୍ଷୀୟ ସୁଜିତ କୁମାର ପ୍ରଧାନ। କେରଳରେ କାମ କରୁଥିଲେ। ସବୁଦିନ ଭଳି ଅନ୍ୟ କର୍ମଚାରୀମାନଙ୍କ ସହ ମିଶି କାମ କରୁଥିବାବେଳେ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇପଡ଼ିଥିଲେ ସୁଜିତ। ସେଠାରେ ଥିବା କର୍ମଚାରୀମାନେ କମ୍ପାନୀ ମାଲିକଙ୍କୁ ଜଣାଇବା ସହ ତୁରନ୍ତ ନିକଟସ୍ଥ ମେଡ଼ିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡ଼ାକ୍ତର ସୁଜିତଙ୍କୁ ମୃତ ଘୋଷଣା କରିଥିଲେ। ପରେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ସୁଜିତଙ୍କ ମରଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ପଠାଇବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଗତକାଲି ଟିକାବାଲି ବ୍ଲକ୍ ଗାଡ଼ିଙ୍ଗିଆ ପଞ୍ଚାୟତର ପାଙ୍ଗାନାଜୁ ଗାଁରେ ପହଁଚିଥିଲା। ପରିବାର ଲୋକେ ସୁଜିତଙ୍କ ଶେଷକୃତ୍ୟ କରିଥିବା ଜଣାପଡ଼ିଛି।ଘଟଣାକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Latest Posts

Don't Miss