spot_img

Latest Posts

ବର୍ଷା ହେଲେ ବଢୁଛି ଭୁସ୍ଖଳନ ଭୟ : ଗଜପତି ଜିଲ୍ଲାର ୧୩୯ଟି ସ୍ଥାନକୁ ଭୁସ୍ଖଳନ ସମ୍ଭାବ୍ୟ ଅଞ୍ଚଳ ଭାବେ ଚିହ୍ନଟ

ନନ୍ଦିଘୋଷ ବ୍ୟୁରୋ : ବର୍ଷା ହେଲେ ବଢୁଛି ଭୁସ୍ଖଳନ ଭୟ। ଘାରୁଛି ପାହାଡ଼ ଧସିବା ଭୟ। ଆତଙ୍କରେ ରାତି କାଟୁଛନ୍ତି ହଜାର ହଜାର ଆଦିବାସୀ ପରିବାର। ଲୋକଙ୍କୁ ସ୍ଥାୟୀ ସୁରକ୍ଷା ଦେବାରେ ବିଫଳ ସରକାର। ରାଜ୍ୟର ସର୍ବାଧିକ ଭୁସ୍ଖଳନ ପ୍ରବଣ ଜିଲ୍ଲା ମଧ୍ୟରେ ଗଜପତି ଅନ୍ୟତମ। ଜିଲ୍ଲାର ୧୩୯ଟି ସ୍ଥାନକୁ ଭୁସ୍ଖଳନ ସମ୍ଭାବ୍ୟ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ପ୍ରତିବର୍ଷ ଲଗାଣ ବର୍ଷା ପ୍ରଭାବରେ ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ଘଟି ଅନେକ କ୍ଷୟକ୍ଷତି ହେବା ସହ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ। ଗତ କିଛି ବର୍ଷ ହେବ ଜିଲ୍ଲାରେ ଭୂସ୍ଖଳନ ଜନିତ କ୍ଷୟକ୍ଷତି ବଢ଼ି ଚାଲିଥିବା ନେଇ ପ୍ରଶାସନିକ ତଥ୍ୟ କହୁଛି। ତେଣୁ ସ୍ଥାୟୀ ସୁରକ୍ଷା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।

ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପୂର୍ବ ସରକାର ଯୋଜନା କରିଥିଲେ। ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ ତତ୍କାଳୀନ ସରକାର ଭୂତତ୍ତ୍ୱବିତଙ୍କ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ। ସମ୍ବେଦନଶୀଳ ପାହାଡ଼ିଆ ଗାଁ ଗୁଡ଼ିକରେ ସର୍ଭେ କରିଥିଲେ। ଲୋକଙ୍କୁ ସମତଳ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। କିଛି ଆଦିବାସୀ ପରିବାରକୁ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା। ହେଲେ ସରକାର ପରିବର୍ତ୍ତନ ପରେ ଏବେ ଏହି ପ୍ରକ୍ରିୟା ଠପ୍ ହୋଇଯାଇଛି। ଅନ୍ୟପଟେ ସମସ୍ତ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ପ୍ରଶାସନର ନଜର ରହିଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି।

ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଆଦିବାସୀ ପରିବାର ଗୁଡ଼ିକୁ ସ୍ଥାୟୀ ସୁରକ୍ଷା ମିଳିବ ତ ? କେବେ ପ୍ରଶାସନର ନିଦ ଭାଙ୍ଗିବ? କେବେ ବିପଦସଙ୍କୁଳ ଅଞ୍ଚଳରୁ ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବେ?

Latest Posts

Don't Miss