ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୩ ସହଯୋଗୀ ଗିରଫ

1 min read

କଟକ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୩ ସହଯୋଗୀ ଗିରଫ । ୩ ଗିରଫଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଗିରଫମାନେ କଟକ SCBରୁ ହାଇଦରକୁ ଫେରାର କରିବାରେ ସହାୟତା କରିଥିଲେ । ପରେ ୧୨୦ ଘଣ୍ଟାର ସଫଳ ଅପରେସନ ପରେ ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡିରୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରୁ ଓଡ଼ିଶା ଅଣାଯାଇଥିଲା । ଅନ୍ୟପଟେ ହାଇଦରକୁ ରିମାଣ୍ଡରେ ନେବାକୁ ପୋଲିସ ଅନୁମତି ପାଇଥିବା ବେଳେ, ଟେଷ୍ଟ ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରେ ତାକୁ ଚୌଦ୍ବାର ଜେଲର ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ହାଇଦର ସୁସ୍ଥ ହେବା ପରେ ଓ ରିପୋର୍ଟ ନେଗେଟିଭ୍ ଆସିବା ପରେ ପୋଲିସ ସାନି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି କହିଛି କମିଶନରେଟ ପୋଲିସ ।

Leave a Reply