ଗଞ୍ଜେଇ ଚାଲାଣର ନୂଆ ତରିକା

1 min read

ନନ୍ଦିଘୋଷ ବ୍ୟୁରୋ: ଉପରେ ବ୍ଯାଟେରୀ ତଳେ ଗଞ୍ଜେଇ । ଉତ୍ତର ପ୍ରଦେଶ ନମ୍ବର ଥିବା ଏକ ଟ୍ରକକୁ ଜବତ କରିଛି ସ୍ପେଶାଲ ଟାସ୍କଫୋର୍ସ । ଟ୍ରକରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭୁବନେଶ୍ବର ରସୁଲଗଡ଼ ଛକରେ ଚଢ଼ାଉ କରିଥିଲା STF । ଗାଡ଼ିରେ ବିପୁଳ ପରିମାଣର ନିଶାଦ୍ରବ୍ଯ ଥିବାବେଳେ ମାଲକାନଗିରିରୁ ଏହାକୁ ବିହାର ଚାଲାଣ କରାଯାଉଥିବା ଜଣାପଡ଼ିଛି । ତେବେ କେତେ ପରିମାଣର ଗଞ୍ଜେଇ ଚାଲାଣ ହେଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ଯପକ୍ଷରେ ବିହାରର ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । କେବେଠାରୁ ଏଭଳି ଚାଲାଣ ହେଉଥିଲା ଓ ନିଶା ଚାଲାଣର ମାଷ୍ଟରମାଇଣ୍ଡ କିଏ ସେନେଇ ଖୋଳତାଡ଼ ଚଳାଇଛି ସ୍ପେଶାଲ ଟାକ୍ସ ଫୋର୍ସ ।