୧କୋଟି ୮୦ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ କଲା କନ୍ଧମାଳ ପୋଲିସ୍ ଓ ଅବକାରୀ ବିଭାଗ

କନ୍ଧମାଳ: ଜୋର୍ ଧରିଲା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ପୁଣି ମିଳିତ ଚଢ଼ାଉ କରାଯାଇ ୧କୋଟି ୮୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସାଇନପଡ଼ା ପଞ୍ଚାୟତର ଡାଉଙ୍ଗିଆ ଓ କାଳିଆଜୋଡ଼ି ଅଞ୍ଚଳର ସରକାରୀ ଜଙ୍ଗଲରେ ୧୮୦ ଏକର ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ ।

ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୋଲିସ୍ ଫୋର୍ସ ସମେତ ଅବକାରୀ କର୍ମଚାରୀ ଓ କ.ନୂଆଗାଁ ଥାନା ଅଧିକାରୀ ଚଢାଉ କରି ୧୮୦ ଏକର ଜମିରେ ହୋଇଥିବା ୧ଲକ୍ଷ ୮୦ ହଜାର ଗଞ୍ଜେଇ ଗଛକୁ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଦେଇଛନ୍ତି । କନ୍ଧମାଳ ଏସପି ଓ ଅବକାରୀ ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ଚାଲିଛି ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ।

 

Leave a Reply