ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୬ ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁବଳୟା ଛକ ନିକଟରେ ଦୁର୍ଘଟଣା। ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ । ୧୦ ଆହତ ମଧ୍ୟରୁ ୬ ଜଣ ଗୁରୁତର। ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବସଟି  ଉତ୍ତରପ୍ରଦେଶରୁ ତୀର୍ଥ  ସାରି ଆନ୍ଧ୍ର ପ୍ରଦେଶ ଫେରୁଥିବା ବେଳେ ଭୋର ୪ଟା ସମୟରେ ସୁବଳୟା ଠାରେ ଦୁର୍ଘଟଣା ଘଟିଛି।  ବସରେ  ପୁରୁଷ ଓ ମହିଳାଙ୍କ ସମେତ ମୋଟ ୨୦ ଜଣଙ୍କ ଯାତ୍ରୀ ଥିଲେ । ରମ୍ଭା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି।