ରନ୍ଧନଗ୍ୟାସରେ ରିହାତି: ଜୁନ ମାସରେ ମାତ୍ର ୯ଟଙ୍କାରେ ମିଳିବ ଏଲପିଜି ଗ୍ୟାସ

1 min read

କରୋନାର ସମୟ, ତା ଉପରେ ଲୋକଙ୍କୁ ମହଙ୍ଗା ମାଡ । ଖାଇବା ପିଇବା ଠାରୁ ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ର ଦର ଆକାଶ ଛୁଆଁ । ହେଲେ ଏହି ଅସୁବିଧା ଭୋଗୁଛି କିଏ କେବଳ ସାଧାରଣ ଜନତା । ସାଧାରଣ ଲୋକଙ୍କ ପକେଟରୁ ଯାଉଛି ଏହି ଟଙ୍କା । ଗୋଟିଏ ପଟେ ଲୋକେ ଜୀବନ ବଂଚାଇବାର ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ତେଲଲୁଣର ସଂସାର ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ଏହାରି ଭିତରେ ଯେଉଁ ଜିନିଷରେ ଲୋକଙ୍କୁ ରିହାତି ମିଳୁଛି ସେହିଆଡକୁ ସମସ୍ତେ ଆକର୍ଷିତ ହେଉଛନ୍ତି । ଡିସକାଉଣ୍ଟ,ଅଫର କିମ୍ବା କ୍ୟାସବେକ ଥିବା ଜିନିଷ କିଣିବା ପାଇଁ ସମସ୍ତେ ଆଗ୍ରହୀ । ଯେଉଁଥିପାଇଁ କିଛି କିଛି କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ଅଫର୍ ଉପରେ ଅଫର ଦେଉଛନ୍ତି ।

ବର୍ତ୍ତମାନ ଦିଲ୍ଲୀରେ ଏଲପିଜି ରନ୍ଧନଗ୍ୟାସର ଦର ୮୦୯ ଟଙ୍କା । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସାନଦାର ଅଫର ବିଷୟରେ କହିବୁ ଯେଉଁଥିରେ ୮୦୯ ନୁହେଁ ବରଂ ମାତ୍ର ୯ ଟଙ୍କାରେ ରନ୍ଧନଗ୍ୟାସ ପାଇପାରିବେ । ଆଜ୍ଞା ହଁ ଆପଣମାନେ ଠିକ ଶୁଣିଲେ ମାତ୍ର ୯ ଟଙ୍କା ।ଏହିଭଳି ଅଫର୍ ପେଟିଏମ ନିଜ ଗ୍ରାହକଙ୍କ ପାଇଁ ଆଣିଛି । ତେବେ ଆମେ ଆପଣଙ୍କୁ କହିରଖୁ ଯେ- ଏହି ମାସରେ କେବଳ ୧୯ କିଲୋଗ୍ରାମ ବାଲା ସିଲିଣ୍ଡରର ଦାମ ବୃଦ୍ଦି ହୋଇଛି । କିନ୍ତୁ ପୂର୍ବରୁ ୧୪କିଲୋର ଗ୍ୟାସରେ ବି ଅନେକ ପରିବର୍ତ୍ତନ ହୋଇଥିଲା । କିନ୍ତୁ ଏଥର ୧୪ କିଲୋ ରନ୍ଧନଗ୍ୟାସରେ କିଛି ବି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ପେଟିଏମର ଅଫର୍ କଣ ସେ ବିଷୟରେ ଜାଣିରଖନ୍ତୁ ।

ପ୍ରକୃତରେ ପେଟିଏମ କ୍ୟାସବ୍ୟାକ ଅଫର୍ ଆରମ୍ଭ କରିଛି । ଯେଉଁଥିରେ ଆପଣ ଯଦି ଗ୍ୟାସ ସିଲିଣ୍ଡର ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିପାରିବ । ପେଟିଏମର ଏହି ଅଫର ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଅର୍ଥାତ ଏହି ପୁରା ମାସରେ ଆପଣ ଏହାର ଲାଭ ଉଠାଇପାରିବେ । କିନ୍ତୁ ଏଥିରେ କଂମ୍ପାନୀ ତରଫରୁ ଏକ ନିୟମ ମଧ୍ୟ ରହିଛି । ଯେଉଁ ଗ୍ରାହକ ମାନେ ପ୍ରଥମଥର ଏଲପିଜି ସିଲିଣ୍ଡରର ବୁକିଙ୍ଗ ଓ ପେମେଣ୍ଟ ୨ଟି ଯାକ ପେଟିଏମରୁ କରିବେ । ସେମାନଙ୍କୁ ହିଁ ଏହି ଅଫର ମିଳିପାରିବ । ଯେତେବେଳେ ପେମେଣ୍ଟ କରି ଗ୍ୟାସ ବୁକ୍ କରିବେ ପେଟିଏମ ତରଫରୁ ଗୋଟିଏ ସ୍କ୍ରାଚ କାର୍ଡ ମିଳିବ । ଯାହାଦ୍ୱାରା ଆପଣ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ ବ୍ୟାକ ପାଇପାରିବେ । ଆଉ କ୍ୟାସବ୍ୟାକ ର ୭ ଦିନ ଭିତରେ ହିଁ ଏହାର ବ୍ୟବହାର କରିପାରିବେ । ତେଣୁକରି ପେଟିଏମ ବ୍ୟବହାରକାରୀ ଗ୍ରାହକ ନିଜ ଆପ୍ ରେ ଗ୍ୟାସ ବୁକ୍ କରି ଏହି ମନଲୋଭା ଅଫର ର ଲାଭ ଉଠାଇପାରିବେ ।

Leave a Reply