ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ଘଣାଲାଗି ନୀତି

ପୁରୀ :  ଆଜି ମହାପ୍ରଭୁଙ୍କ ଅନବସରର ତ୍ରୟୋଦଶୀ ତିଥି  । ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ। ଗତକାଲିଠାରୁ ସୁନା କୂଅରୁ ତିନି ଗରା ଜଳ ସୁଦ୍ଧସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଅଛି ।

ଆଜି ଶ୍ରୀଜିଉଙ୍କୁ ଘଣା ଲାଗି ପରେ ସେହି ଖଳିକୁ ସୁଦ୍ଧ ସୁଆରଙ୍କ ଘରୁ ଘଣ୍ଟଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବାର ପରମ୍ପରା ରହିଅଛି  । ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡିବ  । ଏଥିସହ ସହ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀପୟର ମୁଦା ନୀତି ସମ୍ପାଦନ କରିବେ  । ଆଜି ମଧ୍ୟ ଦତ୍ତମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ପରେ ଖଡ଼ି ଆସି ଖଡି ଲାଗି ନୀତି ଅନୁଷ୍ଠିତ ହେବ। ଏହାପୂର୍ବରୁ ଶ୍ରୀଜିଉ ମାନଙ୍କୁ ଅତ୍ୟନ୍ତ ଗୁପ୍ତ ଭାବେ ରକ୍ତ ବସ୍ତ୍ର ଆବରଣ ଦିଆଯାଇଥାଏ ।