spot_img

Latest Posts

ରାଜଧାନୀରେ ସୁନା ଶସ୍ତା ହେଲା, ୧୦ ଗ୍ରାମକୁ ରହିଛି ଏତିକି ଟଙ୍କା

ନୂଆଦିଲ୍ଲୀ : ଲୋକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଦେଶର ରାଜଧାନୀ ଦିଲ୍ଲୀରେ କମିଲା ସୁନାଦର  ।  ଆଶ୍ଚର୍ଯ୍ୟଜନକ କଥା ହେଉଛି ଡଲାର ଇଣ୍ଡେକ୍ସରେ ବଡ଼ ହ୍ରାସ ପରେ ସୁନା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହେଉଛି। ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନାର ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ। ଆସନ୍ତୁ ଜାଣିବା ଦେଶର ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ କେତେ ହୋଇଛି।

ଗୁରୁବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀର ସୁନା ବଜାରରେ ସୁନା ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପ୍ରତି ମୂଲ୍ୟ ୮୯ ହଜାର ଶହେ ଟଙ୍କା ରହିଛି । ୯୯.୯ ପ୍ରତିଶତ ଶୁଦ୍ଧ ସୁନାର ପୂର୍ବରୁ ୧୦ ଗ୍ରାମ ପ୍ରତି ମୂଲ୍ୟ ୮୯ହଜାର ୩୦୦ ଟଙ୍କା ଥିଲା। ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ୧୦ ଗ୍ରାମ ପ୍ରତି ଦର ବୁଧବାର ଦିନ ୮୮ ହଜାର ୯୦୦ ଟଙ୍କାରୁ ୨୦୦ ଟଙ୍କା ହ୍ରାସ ପାଇ ୮୮ ହଜାର ୭୦୦ ଟଙ୍କାରେ ପହଞ୍ଚିଛି। ତଥାପି, ରୂପା କିଲୋଗ୍ରାମ ପ୍ରତି ୯୯ ହଜାର ଟଙ୍କାରେ ସ୍ଥିର ରହିଛି।

Latest Posts

Don't Miss