ଡେଲ୍ଟା ଛକରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଭୁବନେଶ୍ୱର: ଡେଲଟା ଛକରେ ଥିବା ଏକ ଗହଣା ଦୋକାନରୁ ଲୁଟ  । ସଟର ତାଡ଼ି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର  । ମାଲିକ ଅଳଙ୍କାର ଭର୍ତ୍ତି ଦୋକାନକୁ ଶେଷ ସମୟରେ ସଟ୍ଟର ପକାଇ ଘରକୁ ଯାଇଥିଲେ  । ଆଉ ଯେତେବେଳେ ଦୋକାନ ପାଖରେ ପରବର୍ତ୍ତୀ ସମୟରେ ପହଁଚନ୍ତି  । ମୁଣ୍ଡରେ ହାତ ଦିଅନ୍ତି  । ପାଖରେ ତାଲା ପଡ଼ିଛି, ସଟର ଟେକା ହୋଇଛି  । ଦୋକାନ ଭିତରେ କେବଳ ଖଣ୍ଡ ଖଣ୍ଡ କାଚ ପଡ଼ିଛି  । ଏଭଳି ଏକ ଘଟଣା ଘଟିଛି ରାଜଧାନୀରେ  । କମିଶନରେଟ ପୋଲିସର କଡ଼ା ବଳୟ ଭିତରେ ଥିବା ଭୁବନେଶ୍ୱରରୁ ହୋଇଛି ଲୁଟ  ।

ଶନିବାର ରାତିରେ ଦୋକାନରୁ ଲୁଟ ହୋଇଥିବା ନେଇ ଦୋକାନର ମାଲିକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ସେପଟେ ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଲୁଟ ହୋଇଥିବା ଦୋକାନକୁ ଦେଖିଲେ ଏହା ସ୍ପଷ୍ଟ ଅନୁମାନ ଯେ, ଏହି ଲୁଟରେ ଏକାଧିକ ବ୍ୟକ୍ତିଙ୍କ ଭୂମିକା ରହିଛି  । କାରଣ ପ୍ରଥମେ ଦୋକାନରେ ଲୁହା ସଟର ପଡ଼ିଥିବା ବେଳେ ତାହାକୁ ମେସିନ ସାହାଯ୍ୟରେ କଟା ଯାଇଥିବା ସ୍ପଷ୍ଟ ଅନୁମେୟ  ।

ସେପଟେ ସଟର ଭାଙ୍ଗିଲା ପରେ କାଚର କବାଟକୁ ମଧ୍ୟ ରଡ଼ ସାହାଯ୍ୟରେ ଭଙ୍ଗା ଯାଇଥିବା ଅନୁମାନ କରାଯାଇଛି  । ଦୋକାନରେ ଅଳଙ୍କାର ଗୁଡ଼ିକ ଡ୍ର ଭିତରେ ରହିଥିଲା  । ‘ଡ୍ର’ କୁ ତଡ଼ାଯାଇଥିବାବେଳେ ଲକରରେ ଥିବା ସମସ୍ତ ଅଳଙ୍କାରକୁ ନେଇଯାଇଛନ୍ତି ଦୁର୍ବୃତ୍ତ  । ଅନ୍ୟପଟେ ଚତୁର ଲୁଟେରା ସିସି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି  । ଦୋକାନରେ ସିସିଟିଭିର ହାର୍ଡ ଡିସ୍କ ରହିଛି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ  । ତେବେ ଏହି ଲୁଟ ଘଟଣାରେ କେଉଁ ମାନେ ସଂଶ୍ଲିଷ୍ଟ ଏବଂ କେବେ ପୋଲିସ ଗିରଫ କରୁଛି ତାହା ହିଁ କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ  ।

Leave a Reply