ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ଗତିବିଧି ଦେଇଥାଏ ଶୁଭଫଳ

ଜ୍ୟାେତିଷ ଶାସ୍ତ୍ର ଅନୁସାରେ ଜୀବଜନ୍ତୁଙ୍କର ଗତିବିଧିକୁ ଆଧାର କରି ଜଣେ ବ୍ୟକ୍ତିର ଭବିଷ୍ୟତ ମଧ୍ୟ ଆକଳନ କରାଯାଇପାରେ। ଏମିତି କିଛି ଗତିବିଧି ଅଛି ଯାହା ଦ୍ୱାରା ମଣିଷକୁ ଶୁଭ ଓ ଅଶୁଭ ସଙ୍କେତ ମିଳିଥାଏ। ତଦନୁଯାୟୀ ଫଳ ମଧ୍ୟ ମିଳିଥାଏ।

ଶାସ୍ତ୍ରନୁସାରେ ବାଛୁରୀକୁ ଦେଖିବା, ଜଳ କଳସ ନଜର ଆସିବା, ଶରୀର ଉପରେ ଝିଟିପଟି ପଡିବା ଆଦିକୁ ଶୁଭ ବୋଲି ବିବେଚନା କରାଯାଇଥାଏ । ଏସବୁକୁ ଦେଖିଲେ ବ୍ୟକ୍ତିକୁ  ସଫଳତା ମିଳିବାର ସମ୍ଭାବନା ବଢିଯାଇଥାଏ।

ସେହିପରି ଯାତ୍ରା ସମୟରେ କୗେଣସି ସକରାତ୍ମକ ଶବ୍ଦ ଶୁଣାଗଲେ ତାହାକୁ ଭଲ ବୋଲି ଜ୍ୟାେତିଷ ଶାସ୍ତ୍ରରେ ବିବେଚିତ କରାଯାଇଥାଏ । କମ୍ ଅନ୍ ଭଳି ଶବ୍ଦ ଶୁଣିଲେ କାମ ସମ୍ପୂର୍ଣ୍ଣ ହେବାର ଅଧିକ ସମ୍ଭାବନା ରହିଥିବା ବେଳେ ଗୋ ବ୍ୟାକ୍ ଭଳି ଧ୍ୱନି ଅଶୁଭ ସଙ୍କେତ ଧରାଯାଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୗେଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଯିବା ସମୟରେ ଜଳ ଭର୍ତ୍ତି କଳସକୁ ଦେଖିଲେ ଶୁଭ ଫଳ ପ୍ରାପ୍ତିର ସମ୍ଭାବନା ରହିଥାଏ । ସେହିପରି କିଛି ଜରୁରୀ କାଗଜପତ୍ର କାମ କରୁଥିବା ବେଳେ କାଗଜ ଉପରେ ଝିଟିପିଟି କିମ୍ବା ଆଖପାଖରେ ଝିଟିପିଟି ପଡିଲେ ବହୁତ ଶୁଭ କୁହାଯାଇଥାଏ । ଘରକୁ କୁଣିଆ ଆସିବା ଲକ୍ଷ୍ମୀଙ୍କ କୃପା ମିଳିବାର ସଙ୍କେତ ଦେଇଥାଏ । କେବଳ ଏତିକି ନୁହେଁ ଘୋଡା, ସୁନ୍ଦର ପକ୍ଷୀ ଅଥବା ହାତୀ ଦେଖିଲେ ଅଟକି ଯାଇଥିବା କାମ ପୂରା ହୋଇଥାଏ ।

ଠାକୁରଙ୍କ ମୂର୍ତ୍ତି, ଯଜ୍ଞ, ଅଗ୍ନି, ସ୍ୱର୍ଣ୍ଣ ଓ ରତ୍ନ ଦେଖିଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ । ରାଜକୀୟ ଚିହ୍ନ, ଚକ୍ର, ଶଙ୍ଖ, ବାଦ୍ୟଯନ୍ତ୍ରର ଶବ୍ଦ ଶୁଣାଗଲେ ବ୍ୟକ୍ତିକୁ ଲକ୍ଷ୍ୟ ପ୍ରାପ୍ତ ହେବା ସହ ମିଛ ଦୋଷର ଆଶଙ୍କା ଦୂର ହୋଇଥାଏ ବୋଲି ଜ୍ୟାେତିଷ ଶାସ୍ତ୍ର ମାନ୍ୟତା ରହିଛି ।

Leave a Reply