ସୁରକ୍ଷିତ ନୁହେଁ OK ଗୁଗୁଲ୍‌: କମ୍ପାନୀ କର୍ମଚାରୀ ବି ଶୁଣୁଛନ୍ତି ଆପଣଙ୍କ କଥା

1 min read
How To Delete The Scary Amount Of Data Google

ନୂଆଦିଲ୍ଲୀ: ଗୁଗୁଲ ଆଜିର ଟେକ୍ନୋଲୋଜି ଦୁନିଆରେ ଏକ ବଡ଼ ଭୂମିକା ଗ୍ରହଣ କରିଛି। ଆମ ଜୀବନର ପ୍ରତିଟି କାର୍ଯ୍ୟରେ ଆଗ ଗୁଗୁଲକୁ ଖୋଜା ପଡ଼ିଥାଏ। କାରଣ ଗୁଗୁଲ ହେଉଛି ଏକ ବିଶ୍ୱସ୍ତ ନେଟଓ୍ୱର୍କ। ଆଜି ପର୍ଯ୍ୟନ୍ତ ଆମକୁ ପ୍ରତିଟି ପ୍ରଶ୍ନର ଉତ୍ତର ଦେଇଛି ଗୁଗୁଲ। ଜୀବନର କଠିନ ରାସ୍ତାକୁ ବହୁ ମାତ୍ରାରେ ସଳରିକରଣର କରିଦେଇଛି। କହିବାକୁ ଗଲେ ଗୁଗୁଲ ସହିତ ଆମେ ଏତେମାତ୍ରାରେ ଜଡ଼ିତ ହୋଇସାରିଛେ ଯେ ଏବେ ଗୁଗୁଲ ଠାରୁ ଦୁରେଇ ରହିବା ଅସମ୍ଭବ ମାତ୍ର। କିନ୍ତୁ କିଛି ଦିନ ହେବେ ଫେସବୁକ, ଟ୍ୱିଟର ବିବାଦ ମଧ୍ୟକୁ ଠେଲି  ହୋଇଯାଇଛନ୍ତି। ଆଉ ଏବେ ବିବାଦକୁ ଆସିଛି ଗୁଗୁଲ।

ଗୁଗୁଲ ତାର ଡାଟା ଗୋପନୀୟତା ଏବଂ ସୁରକ୍ଷାକୁ ନେଇ ଏକ ବୈଠକ କରିଛି। ଯେଉଁ ବୈଠକରେ ଗୁଗୁଲ ଏମିତି କିଛି ତଥ୍ୟ ରଖିଥିଲା ଯେଉଁଥିପାଇଁ ଏବେ ନିଜେ ବିବାଦ ଭିତରକୁ ଠେଲି ହୋଇଯାଇଛି। ବୈଠକରେ ଗୁଗୁଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଏମିତି ଏକ ସୂଚନା ଯାହା ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ଅନେକ ମାତ୍ରାରେ ପ୍ରଭାବ ପକାଇ ପାରେ। କଥାଟି ହେଉଛି ଗୁଗୁଲ ଆସିଷ୍ଟାନ୍ସ ମାନେ ଓକେ ଗୁଗୁଲ। ଗୁଗୁଲ୍ କର୍ମଚାରୀଙ୍କୁ ଯେତେବେଳେ ‘ଓକ ଗୁଗଲ୍’ କହିବା ପରେ କିଛି କଥା ପଚାରନ୍ଦତି ସେତେବେଳେ ଗୁଗୁଲ୍ କର୍ମଚାରୀମାନେ ସେହି ରେକର୍ଡିଂ ମଧ୍ୟ ଶୁଣିପାରିବେ ବୋଲି କୁହାଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ଗୁଗୁଲ ଏହି ସୂଚନା ଦେଇଛି।

ତେବେ ଆପଣ ମାନେ ଭାବୁଥିବେ ଓକେ ଗୁଗୁଲ କଣ। ଓକେ ଗୁଗୁଲ ହେଉଛି ଗୁଗୁଲର ଆସିଷ୍ଟାଣ୍ଟ। ଗୁଗୁଲରେ  ସର୍ଚ ପ୍ରୋସେସକୁ ଅଧିକ ଶରଳିକରଣ କରିବା ପାଇଁ ଭଏସ ରେକଗନାଇଜେସନ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଓକେ ଗୁଗୁଲରେ ତାଙ୍କର ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। କିନ୍ତୁ ଏହା ଏବେ ଅସୁବିଧାର କାରଣ ପାଲଟିଛି।

ଶଶି ଥରୁରଙ୍କ ନେତୃତ୍ୱରେ ଗଠିତ କମିଟି ଏହାକୁ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଗୁରୁତ ଭାବରେ ଉଲ୍ଲଂଘନ କରିଛି ବୋଲି କହିଛି। ଏହା ଉପରେ କମିଟି ଖୁବ ଶୀଘ୍ର ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ କିଛି ପରାମର୍ଶ ଦେବ ବୋଲି ମଧ୍ୟ କହିଛି। ପ୍ୟାନେଲ ସୂତ୍ରରୁ ପ୍ରକାଶ ଯେ ଗୁଗୁଲ ସ୍ପଷ୍ଟ କରିଛି ଯେ ଯେତେବେଳେ ଉପଭୋକ୍ତାମାନେ ଗୁଗୁଲ ଆସିଷ୍ଟାଣ୍ଟ ଆରମ୍ଭ କରି ‘ଓକ, ଗୁଗୁଲ’ କୁହନ୍ତି, ସେତେବେଳେ ଏହି କଥା ତାଙ୍କର କର୍ମଚାରୀ ଶଶୁଣିପାରନ୍ତି।

୨୦୧୯ ରେ ଗୁଗୁଲ୍ ପ୍ରଡକ୍ଟ ମ୍ୟାନେଜର୍  ଡେଭିଡ ମୋନସି ମଧ୍ୟ ଏକ ବ୍ଲଗରେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଭାଷା ବିଶେଷଜ୍ଞମାନେ ରେକର୍ଡିଂ ଶୁଣନ୍ତି ଯାହା ଦ୍ୱାରା ଗୁଗୁଲ୍ ସ୍ପିଚ୍ ସେବା ଉନ୍ନତ କରିବାରେ ସହାୟକ ହୋଇପାରିବ। ତେବେ ଶଶିଙ୍କ ବୈଠକରେ ଥିବା ସଦଶ୍ୟ ମାନେ ମଧ୍ୟ ଗୁଗୁଲକୁ ଘେରିଛନ୍ତି। ସଦସ୍ୟମାନେ ଗୁଗୁଲକୁ  ଟାର୍ଗେଟ କରି କହିଛନ୍ତି ଯେ, ଏବେ ଆମକୁ ଜଣାପଡ଼ିଲାଯେ କାହିଁକି ଓକେ ଗୁଗୁଲରେ ପ୍ରଶ୍ନ କଲା ପରେ ଏତେ ସାରା ଆଡ ଆମ ପାଖକୁ ଆସିବାକୁ ଲାଗୁଥିଲା। ପୂର୍ବରୁ ଗୁଗୁଲ କହିଥିଲା ଓକେ ଗୁଗୁଲରେ ହେଉଥିବା ବାର୍ତ୍ତାଳାପକୁ ଗୁଗୁଲ ରେକଡିଂ କରି ରଖୁଛି। କିନ୍ତୁ ସେହି ରେକଡିଂକୁ ଗୁଗୁଲ କର୍ମଚାରୀ ମାନେ ଶୁଣୁଛନ୍ତି ତାହା କହିନଥିଲା।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MEITY) ତରଫରୁ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗୁଗୁଲ ପରି କମ୍ପାନୀ ଗୁଡ଼ିକ ଜମା ହୋଇଥିବା ତଥ୍ୟକୁ ଡିଲିଟ କରୁନାହାନ୍ତି ଯେପର୍ଯ୍ୟନ୍ତ ଉପଭୋକ୍ତା ଏହାକୁ ନିଜେ ଡିଲିଟ୍ ନକରନ୍ତି। ଯାହା ଉରପରେ ସରକାର ନଜର ରଖିଛନ୍ତି।

 

 

 

Leave a Reply