ଗୁଗୁଲ ସର୍ଭର ଡାଉନ୍‌, ଖୋଲୁନି Gmail କି ଚାଲୁନି ୟୁଟ୍ୟୁବ୍‌

1 min read
Google Down

ଗୁଗୁଲ ସର୍ଭର ଡାଉନ୍‌, ଖୋଲୁନି ଜି-ମେଲ୍‌ କି ଚାଲୁନି ୟୁଟ୍ୟୁବ୍‌ । କେବଳ ଜି-ମେଲ୍‌ କି ୟୁଟ୍ୟୁବ୍‌ ନୁହେଁ, ଗୁଗୁଲ୍‌ର ବିଭିନ୍ନ ସେବା ବନ୍ଦ ହୋଇଯାଇଛି । ଏଭଳି ସମସ୍ୟା ସୋମବାର ସନ୍ଧ୍ୟାରେ ଦେଖାଯାଇଛି । ହଠାତ୍‌ ୟୁଟ୍ୟୁବ୍‌ ବନ୍ଦ ହୋଇଯାଇଥିବା ବେଳେ ପରେ ଜି-ମେଲ ମଧ୍ୟ ଖୋଲିନଥିବା ଦେଖାଯାଇଥିଲା । ସନ୍ଧ୍ୟା ପ୍ରାୟ ୫.୨୦ରୁ ଏହି ସମସ୍ୟା ଦେଖାଯାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମ କହୁଥିବା ବେଳେ ଅନେକ ୫.୩୦ ପରେ ଏଭଳି ସମସ୍ୟା ଦେଖାଯାଇଥିବା କହିଛନ୍ତି । ତେବେ ‘ଗୁଗୁଲ୍‌‌’ର ଏକ୍ସପର୍ଟ ଓ ଟେକ୍ନିସିଆନ୍‌ଙ୍କ ଲଗାତର ଚେଷ୍ଟା ଫଳରେ ଏହା ସନ୍ଧ୍ୟା ୬ଟା ୧୦ ସୁଦ୍ଧା ସାଧାରଣ ଭାବେ କାର୍ଯ୍ୟକ୍ଷମ ହୋଇଥିଲା ।

ଜାତୀୟ ଗଣମାଧ୍ୟମର ଦାବି ଅନୁଯାୟୀ ଏହି ସମସ୍ୟା ସବୁ କ୍ଷେତ୍ରରେ ଦେଖାଯାଇନଥିଲା । ବିଭିନ୍ନ ସ୍ଥାନରେ ୟୁଟ୍ୟୁବ୍‌ ସାଧାରଣ ଭାବେ ଚାଲିଥିଲା । କିନ୍ତୁ ଜି-ମେଲ୍ ଖୋଲିବାରେ ତ୍ରୁଟି ଦେଖାଯାଇଥିଲା ।‌ ଗୁଗୁଲ୍‌ ସର୍ଚ୍ଚ ଇଞ୍ଜିନ୍ କିଛି ସମୟ ପାଇଁ କାମ କରିନଥିଲା । ଗୁଗୁଲର ଏହି ସେବାଗୁଡିକର ବ୍ୟାଘାତ ହେତୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ୟୁଟ୍ୟୁବ୍‌ ଡାଉନ୍‌ ହେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଟ୍ୱିଟ୍‌ରରେ #YouTubeDOWN ଏବଂ #googledown ଟ୍ରେଣ୍ଡ କଲାଣି ।

Leave a Reply