spot_img

Latest Posts

ସାବଧାନ୍! ଆପଣଙ୍କୁ ପାଖକୁ ଆସୁଛି କି ଏହି ଇମେଲ୍ କି ମେସଜ୍, ଚୋରି ହୋଇପାରେ ଟଙ୍କା

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଦେଶରେ ବ୍ୟାଙ୍କିଂ ଠକେଇ ବା ସାଇବର ଠକେଇ ମାମଲା କ୍ରମାଗତ ଭାବେ ବଢ଼ିଚାଲିଛି। ଏହାର ଏକ ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ସମୟରେ ଇଣ୍ଟରନେଟ ବ୍ୟବହାର ବୃଦ୍ଧି ଘଟିବା। ସାଇବର ଅପରାଧୀମାନେ ଏହାର ଫାଇଦା ଉଠାଇ ଠକେଇ କରୁଛନ୍ତି। ଆଜିକାଲି ଏହି ଠକମାନେ ଲୋକଙ୍କୁ କରୋନା ନାଁରେ ଠକୁଛନ୍ତି। ଗୃହ ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛି। ସାଇବର ଦୋସ୍ତ ନାମକ ସରକାରଙ୍କ ଏକ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଲୋକଙ୍କୁ ଏହି ନୂତନ ଉପାୟରେ ଠକେଇ ବିଷୟରେ ସଚେତନ କରାଯାଇଛି।

ଏହି ଟ୍ୱିଟ୍ ରେ ମନ୍ତ୍ରଣାଳୟ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛି। ଏଥିରେ କୁହାଯାଇଛି ଯେ, ସତର୍କ ରୁହନ୍ତୁ, ସାଇବର ଅପରାଧୀମାନେ କୋଭିଡ-19 କୁ ଦର୍ଶାଇ ଚମତ୍କାରୀ ଚିକିତ୍ସା, ହର୍ବାଲ ଔଷଧ, ଟିକା, ଶୀଘ୍ର ଯାଞ୍ଚ ଇତ୍ୟାଦି ଆକର୍ଷଣୀୟ ଅଫର ଦେଇ ଗ୍ରାହକଙ୍କୁ ଆକର୍ଷିତ କରିପାରନ୍ତି। ଡାକ୍ତରୀ ପରାମର୍ଶ ଏବଂ ତୁରନ୍ତ ଦେୟ ମାଗୁଥିବା ସନ୍ଦେହଜନକ ଅଜଣା କଲ, ଇମେଲ କିମ୍ବା ମେସେର ରିପ୍ଲାଇ ଦିଅନ୍ତୁ ନାହିଁ କି ଏଥିରେ ଆସୁଥିବା କୌଣସି ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ।

ଜଣାଇଦେବାକୁ ଚାହୁଁ ଯେ ଆପଣ ଯଦି ଏହି ଲିଙ୍କରେ କ୍ଲିକ୍ କରିନ୍ତି ତେବେ ହ୍ୟାକରମାନେ ଆପଣଙ୍କର ସମସ୍ତ ତଥ୍ୟ ଚୋରି କରିପାରିବେ। ତେଣୁ, ଏପରି ଲିଙ୍କ ଉପରେ କେବେବି କ୍ଲିକ୍ କରନ୍ତୁ ନାହିଁ । ଅନେକ ଥର ଦେଖିବାକୁ ମିଳିଛି ଯେ ଲୋକମାନେ ଚିନ୍ତା ନକରି ଲିଙ୍କ ଉପରେ କ୍ଲିକ୍ କରନ୍ତି ଏବଂ ହ୍ୟାକରମାନେ ସେମାନଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ହ୍ୟାକ କରିନିଅନ୍ତି। ତେଣୁ ଗୃହ ମନ୍ତ୍ରଣାଳୟ ସାଇବର ଦୋସ୍ତ ଜରିଆରେ ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରିଛି।

Latest Posts

Don't Miss