ସେହି ବ୍ୟକ୍ତି, ଯିଏ ଜାଣିଥିଲେ ୫ଶହ ବର୍ଷ ପରେ ଦୁନିଆ କିଭଳି ହେବ

ଇଟାଲୀର ମହାନ୍ ‌ଚିତ୍ରକାର ଲିଓନାର୍ଡ଼ୋ ଦା ଭିନ୍ସି ତାଙ୍କର ସୁନ୍ଦର ସୁନ୍ଦର ପେଣ୍ଟିଂ ପାଇଁ ବେଶ୍ ଜଣାଶୁଣା । ସେ ଅଧିକ ଜଣାଶୁଣା ତାଙ୍କର ମୋନାଲିସା ପେଣ୍ଟିଂ ପାଇଁ । କୁହାଯାଏ ତାଙ୍କର ପ୍ରତ୍ୟକଟି ଚିତ୍ର ଜୀବନ୍ତ ଭଳି ମନେ ହୁଏ । ଖାଲି ସେତିକି ନୁହେଁ କିଛି ବର୍ଷ ପୂର୍ବେ ଆସିଥିବା ଟମ୍‌ହ୍ୟାକ୍ସଙ୍କ ଫିଲ୍ମ ଦ ଭିନ୍ସି କୋଡ୍‌ପାଇଁ ମଧ୍ୟ ସେ ବେଶ୍‌ଜଣାଶୁଣା । ଏଗୁଡ଼ିକୁ ବାଦ୍‌ଦେଲେ ତାଙ୍କ ପେଣ୍ଟିଂ ଦ ଏନେସିଏସନ, ଦ ବେପ୍ଟିଜିମ ଅଫ୍‌କ୍ରାଏଷ୍ଟ, ମଡୋନା ଅଫ୍‌ଦ କାର୍ନେସନ ଏବଂ ଦ ଅଡୋରେସନ ଅଫ୍‌ଦ ମାଗି, ମଧ୍ୟ ଖୁବ୍‌ପରିଚିତ । ଖୁବ୍‌କମ୍‌ଲୋକ ଜାଣିଥିବେଯେ, ୧୫ ଅପ୍ରେଲ ୧୪୫୨ରେ ଇଟାଲୀର ବିଂଚିରେ ଜନ୍ମ ହୋଇଥିବା ଲିଓନାର୍ଡ଼ୋ ଜଣେ ଚିତ୍ରକାର ସହିତ ଜଣେ ଆବିଷ୍କାରକ ମଧ୍ୟ ଥିଲେ ।

ଲିଓନାର୍ଡ଼ୋଙ୍କୁ ଉଡ଼ୁଥିବା ମେସିନ୍‌, ସଶସ୍ତ୍ର ଯାନ, ଶକ୍ତିର ବ୍ୟବହାର ଏବଂ ଆକାଶର ରଙ୍ଗକୁ ନେଇ ଅବଧାରଣା ଦେବାର ଶ୍ରେୟ ଦିଆଯାଏ । ଏହା ସହିତ ତାଙ୍କୁ କଇଁଚିର ଆବିଷ୍କାରକ ବୋଲି କୁହାଯାଏ । କେବେ ମଧ୍ୟ ସ୍କୁଲ ଯାଇନଥିବା ଲିଓନାର୍ଡ଼ୋ ଦା ବିଂଚି ଫ୍ରାନ୍ସରୁ ୨ ମଇ ୧୫୧୯ରେ ଦୁନିଆରୁ ବିଦାୟ ନେବା ପୂର୍ବରୁ କେତେକ ଆବିଷ୍କାରର ପୃଷ୍ଠଭୂମି ଦେଇ ଯାଇଛନ୍ତି । ସେ ଆର୍କିଟେକ୍ଚର ଓ ଜୀବ ବିଜ୍ଞାନ ଆଦି ବିଷୟରେ ଖୁବ ସୂଚନା ଦେଇ ଯାଇଛନ୍ତି । ଲିଓନାର୍ଡ଼ୋ ହସ୍ପିଟାଲରେ ଥିବା ଶବ ମାଧ୍ୟମରେ ଶରୀରର ସଂରଚନାର ଅଧ୍ୟୟନ କରିବା ସହିତ ତାହା ଉପରେ ୨୪୦ଟି ଚିତ୍ର ମଧ୍ୟ ଆଙ୍କିଛନ୍ତି । ତେବେ ତାଙ୍କର କିଛି ଖାସ୍‌ ଆବିଷ୍କାର ବିଷୟରେ ଆସନ୍ତୁ ଆଲୋଚନା କରିବା…

ପବନର ଗତି ମାପୁଥିବା ଏନିମୋମିଟରକୁ ତିଆରି କରିବା ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଲିଓନାର୍ଡ଼ୋ । ୧୫ ଶତାବ୍ଦୀରେ ସେ ଏନିମୋମିଟରର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ । ଏହାର ସଂରଚନା ମଧ୍ୟ ସେ ତିଆରି କରିଥିଲେ । ପରେ ତାଙ୍କ ତଥ୍ୟକୁ ଆଧାର କରି ଏନିମୋମିଟର ତିଆରି କରାଯାଇଥିଲା । କେବଳ ସେତିକି ନୁହେଁ ମଣିଷ ମଧ୍ୟ ପକ୍ଷୀଙ୍କ ଭଳି କିଭଳି ଉଡ଼ିପାରିବ ତାହା ସବୁବେଳେ ଲିଓନାର୍ଡ଼ୋଙ୍କ ମୁଣ୍ଡରେ ଘୁରି ବୁଲୁଥିଲା । ଏହାକୁ ନେଇ ସେ ଏକାଧିକ ତଥ୍ୟ ଏକାଠି କରିଥିଲେ । ତାଙ୍କର ସବୁଠାରୁ ପ୍ରସିଦ୍ଧ ଆବିଷ୍କାର ହେଉଛି ଫ୍ଲାଇଙ୍ଗ୍‌ମେସିନ୍‌। ଉଡ଼ାଜାହାଜର ଶ୍ରେୟ ହୁଏତ ରାଇଟ ବ୍ରଦର୍ସଙ୍କୁ ଦିଆଯାଏ, କିନ୍ତୁ ଲିଓନାର୍ଡ଼ୋ ପୂର୍ବରୁ ହିଁ ଏହାର ପରିକଳ୍ପନା ପ୍ରସ୍ତୁତ କରି ସାରିଥିଲେ । ଲିଓନାର୍ଡ଼ୋ ବହୁ ପୂର୍ବରୁ ହେଲିକପ୍ଟରର ସ୍କେଚ୍‌ଆଙ୍କି ସାରିଥିଲେ । ପାରାଶୁଟର ଶ୍ରେୟ ହୁଏତ ସେବେଷ୍ଟିୟନ ଲେନୋରମଣ୍ଡଭ୍କୁ ଦିଆଯାଏ, କିନ୍ତୁ ଏହାରକୁ ତିଆରି କରିବାର ଉପାୟ ଦେଇଥିଲେ ଲିଓନାର୍ଡ଼ୋ । ଯାହାକୁ ନେଇ ସେ ଏକ ଚିତ୍ର ଆଙ୍କିଥିଲେ ।

ଲିଓନାର୍ଡ଼ୋ ୩୩ଟି ବାରେଲ୍ଡ ଅର୍ଗାନର ଉପାୟ ଦେଇଥିଲେ । ଏହାକୁ ନେଇ ସେ ଏକ ସ୍କେଚ୍‌କରିଥିଲେ । ଯେଉଁଥିରେ ୩୩ଟି ଛୋଟ କ୍ୟାଲିବର ବନ୍ଧୁକକୁ ମିଶାଇ 33 ବାରେଲ୍ଡ ଅର୍ଗାନର ରୂପ ଦିଆଯାଇଥିଲା । ଏହା ପ୍ୟତୀତ ସେ ୫୦୦ ବର୍ଷ ପୂର୍ବେ ଏଭଳି ଯୁଦ୍ଧ ମେସିନର ଚିତ୍ର ଆଙ୍କିଥିଲେ, ଯିଏ ଶତୃର ରଡାର ମଧ୍ୟରେ ପ୍ରବେଶ କରି ଆକ୍ରମଣ କରିପାରେ । ଯାହାକୁ ଆଜିକାଲି ଟ୍ୟାଙ୍କ୍‌କୁହାଯାଏ ।

ଇଟାଲୀର ଏହି ମହାନ ଚିତ୍ରକାର ଟ୍ରିପଲ ବ୍ୟାରେଲ କ୍ୟାନନର ଉପାୟ ମଧ୍ୟ ବାହାର କରିଥିଲେ । କେବଳ ସେତିକି ନୁହେଁ ବରଂ ବିନା ଡ୍ରାଇଭରରେ କିଭଳି ଗାଡ଼ି ଚାଲିପାରିବ ତାହାକୁ ନେଇ ମଧ୍ୟ ଚିତ୍ର ମାଧ୍ୟମରେ ତଥ୍ୟ ଦେଇଥିଲେ ଲିଓନାର୍ଡ଼ୋ ।

Leave a Reply