ଗ୍ରୀନ୍‌ ମଟରରେ ବିଷ, ମିଶୁଛି ହୋଲିରେ ବ୍ୟବହାର ହେଉଥିବା କ୍ଷତିକାରକ କେମିକାଲ

କଟକ: ଗ୍ରୀନ୍‌ ମଟରରେ ବିଷ । ମିଶୁଛି କ୍ଷତିକାରକ କେମିକାଲ। ହୋଲିରେ ବ୍ୟବହାର ହେଉଥିବା ରଙ୍ଗ ହେଉଛି ମିଶ୍ରଣ । ସିଏମସି ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ ପରେ ପଦାକୁ ଆସିଛି ଏହି ସାଂଘାତିକ ସତ । ଏହାକୁ ଖାଇଲେ ବିଭିନ୍ନ ମାରାତ୍ମକ ରୋଗ ଯଥା ଲିଭର କ୍ୟାନ୍ସର ହେବା ସହିତ ଅନ୍ୟାନ୍ୟ ରୋଗ ମଧ୍ୟ ଦେହରେ ଦେଖାଯିବ ବୋଲି ଜଣାପଡ଼ିଛି । ଗୋଟିଏ ହୋଟେଲ ନୁହେଁ ଏମିତି କଟକରେ ବହୁତ ହୋଟେଲ ଏଭଳି ମଟର ବ୍ୟବହାର କରୁଛନ୍ତି ।

ଏଫଏସଏସଆଇ ମାନ୍ୟତା ପାଇ ନଥିବା ରଙ୍ଗ ବ୍ୟବହାର କରୁଛନ୍ତି ଏହି ସବୁ ହୋଟେଲ । ଯାହାକୁ ପ୍ରତିଦିନ ହଜାର ହଜାର ଲୋକେ ଖାଇ ରୋଗରେ ପଡ଼ୁଥିବା ଜଣାପଡ଼ିଛି । ଏହି ରଙ୍ଗ ମିଶାଉଥିବା ହୋଟେଲର ସମସ୍ତ ଖାଦ୍ୟକୁ ସିଏମସି ଅଧିକାରୀ ଫୋପାଡ଼ିବା ସହିତ ହୋଟେଲକୁ ସିଲ କରିଦେଇଛନ୍ତି । ଏବେ ସୁଦ୍ଧା ୩ଟି ହୋଟେଲ ସିଲ୍ ହୋଇଛି । ଗତକାଲିଠୁ ସହରର ବିଭିନ୍ନ ସ୍ଥାନରେ ଜାରି ରହିଛି ଏହି ରେଡ୍ ।