spot_img

Latest Posts

ବଢୁଛି ଜିବିଏସ ସିଣ୍ଡ୍ରୋମ ଆତଙ୍କ: ମୁମ୍ବାଇରେ ପ୍ରଥମ ମୃତ୍ୟୁ, ୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମୁମ୍ୱାଇ: ଗୁଲେନ ବେରେ ସିଣ୍ଡ୍ରୋମରେ ମୁମ୍ବାଇରେ ପ୍ରଥମ ମୃତ୍ୟୁ। ଫଳରେ ଜିବିଏସ ଭାଇରସଜନିତ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ମୁମ୍ବାଇରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ନାୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ଜିବିଏସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି । ମୃତକ ମୁମ୍ବାଇ ଅନ୍ତର୍ଗତ ବଦାଲାର ବୋଲି ଜଣାପଡିଛି।

ସେପଟେ ଜିବିଏସକୁ ନେଇ ସତର୍କ ହୋଇଛନ୍ତି ପୁଣେ କର୍ତ୍ତୃପକ୍ଷ। ୩୦ଟି ଘରୋଇ ଜଳ ଯୋଗାଣ ପ୍ଲାଣ୍ଟକୁ ସିଲ୍ କରାଯାଇଛି। ଏହି ରୋଗରେ ଆକ୍ରାନ୍ତ ବ୍ଯକ୍ତିଙ୍କ ସ୍ନାୟୁଗତ ନିଷ୍କ୍ରିୟତା ପରିଲକ୍ଷିତ ହେବା ସହ ମାଂସପେଶୀ ଦୁର୍ବଳ ହୋଇଯାଏ । ଗୋଡ ଓ ହାତରେ ସ୍ନାୟବିକ ଦୁର୍ବଳତା ପରିଲକ୍ଷିତ ହେବା ସହ ଖାଇବା ଓ ନିଶ୍ବାସପ୍ରଶ୍ବାସ ନେବା କଷ୍ଟକର ହୋଇଥାଏ । ଏପରିକି କେତେକ ରୋଗୀଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ପାରାଲିସିସ ଘଟଣା ଘଟିଥାଏ । ପୁରୁଷ ଓ ଯୁବକଙ୍କୁ ଏହା ଅଧିକ ଆକ୍ରାନ୍ତ କରିଥାଏ । ତେବେ ସବୁ ବୟସର ଲୋକଙ୍କୁ ଏହି ସିଣ୍ଡ୍ରୋମ ଆକ୍ରାନ୍ତ କରିଥାଏ ।

Latest Posts

Don't Miss