ବଜ୍ରପାତରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଗୁଣୁପୁର : ରଜ ଭୋଜି ସାରି ଘରକୁ ଫେରିବା ବେଳେ ଆକାଶରୁ ଖସିଲା ମୃତ୍ୟୁ । ବଜ୍ରପାତରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଜଣେ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାୟଗଡା ଜିଲ୍ଲା ଗୁଡାରି ସହର ନିକଟସ୍ତ ଭାଟିଆା ବିଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ବଜ୍ରାଘାତ ପରେ ତିନି ଜଣ ଗୁରୁତରଙ୍କୁ ଗୁଡାରି ପରେ ଗୁଣୁପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଗୁଣୁପୁର ମେଡିକାଲରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତକ ଦୁଇ ଜଣ ହେଲେ ଗୁଡାରି ମିଲି ଢେପ ସାହିର ସୋନାଲି ଗଉଡ, ରୁପାଲି ଗଉଡ । ଗୁରୁତର ଯୁବତୀ ଜଣକ କାଜଲ ଗଉଡ ବୋଲି ଜଣାପଡିଛି । ୪୦ ଜଣ ମହିଳା ରଜ ଉପଲକ୍ଷେ ଭୋଜି କରିବା ପାଇଁ ଯାଇ ଫେରୁଥିବା ବେଳେ ଘଟିଛି ଏହି ଅଘଟଣ ।