କୁକୁରର ଆଧାରକାର୍ଡ କଲେ ମାଲିକ, ଭାଇରାଲ ହେଲା ଫଟୋ…

ନନ୍ଦିଘୋଷ ବ୍ୟୁରୋ : ଦେଶରେ ସମସ୍ତଙ୍କ ଆଧାରକାର୍ଡ ଅଛି । କିନ୍ତୁ କେବେ କୁକୁରର ଆଧାରକାର୍ଟ ଥିବା ଜାଣିଛନ୍ତି କି ? ଆପଣଙ୍କ କଥାଟା ବିଶ୍ବାସ ହେଉନଥିଲେ ମଧ୍ୟ ଏହା ସତ୍ୟ । କାରଣ ମଧ୍ୟପ୍ରଦେଶ ଗ୍ବାଲିୟରରୁ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମାଲିକ ତା’ର କୁକୁରର ଆଧାରକାର୍ଡ ବନେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଧାରକାର୍ଡରେ  କୁକୁରର ନାଁ  ରହିଛି । ଏହା ସହ ବାପା ଓ ମାଆଙ୍କ ନାଁ ରହିଛି । କୁକୁରର ଜନ୍ମ ତାରିଖ ମଧ୍ୟ ଲେଖାଯାଇଛି । ଠିକଣା ସିମିଲିଆ ଦ୍ରଦ ବୋଲି ଦିଆଯାଇଛି । କୁକୁରର ନାଁ ଟମି ଜୈସୁଆଲ ଲେଖାଯାଇଛି । ବାପା କୈଳାଶ ଜୈସୁଆଲ ଲେଖାଯାଇଛି । ଆଧାରକାର୍ଡ ନମ୍ବର ରହିଥିବା ଏହି କାର୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି ।

ଏହି ମାମଲାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଆଧାର କାର୍ଡ କିପରି ତିଆରି ହେଲା? ଏହା ଠିକ୍ କି ନାହିଁ ତାହା ତଦନ୍ତର ବିଷୟ, କିନ୍ତୁ ଏହି ଉପାୟରେ ଆଧାର କାର୍ଡ ତିଆରି କରୁଥିବା ଲୋକଙ୍କ ଉଦ୍ଦେଶ୍ୟ କ’ଣ ? ଏବେ ଦେଖିବାକୁ ବାକି ରହିଲା ଯେ କୁକୁରର ଆଧାର କାର୍ଡ ଭାଇରାଲ ହେବା ପରେ ପ୍ରଶାସନ ଆଧାର କାର୍ଡ ତିଆରି କରୁଥିବା ଲୋକଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଅନ୍ୟପଟେ, ଫଟୋଗୁଡ଼ିକ ଭାଇରାଲ ହେବା ମାତ୍ରେ, ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ସମାଲୋଚନା କରୁଥିବା ବେଳେ କେହି  ଏପରି ଯିଏ କରିଛି ତା’ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।