ନନ୍ଦିଘୋଷ ବ୍ୟୁରୋ : ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମାଆକୁ ମୃତ ଦର୍ଶାଇ ଦେଲା । ଆଉ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ମଧ୍ୟ ବିକ୍ରି କରିଦେଲା । ଏଭଳି ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । ବିହାର ବୈଶାଳୀ ଜିଲ୍ଲାର ହଜିପୁରରେ ଜଣେ ପୁଅ ଏଭଳି କରିଛି । ପୁଅ ବିରୋଧରେ ଅଭିଯୋଗ କରିଛନ୍ତି ମାଆ କୈଳାଶ ଦେବୀ । ଜାଲ ପ୍ରମାଶ ପତ୍ର କରି ସମ୍ପତ୍ତି ବିକିଥିବା ସେ ଅଭିଯୋଗ କରିଛନ୍ତି । ପ୍ରଥମେ ସେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରେ ହାଜିପୁର କୋର୍ଟରେ ପହଞ୍ଚିଥିଲେ ।
କୋର୍ଟ ମାମଲାକୁ ଗମ୍ଭୀରତାର ସହ ନେଇ ବୈଶଳୀ ପୋଲିସ ଅଧିକ୍ଷକଙ୍କୁ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଣ ଦେଇଥିଲେ । ଏହାପରେ ହଜିପୁର ନଗର ଥାନାରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅଭିଯୋଗ କରିଥିବା କୈଳାଶ ଦେବୀଙ୍କ ବଡ଼ ପୁଅ ନବଲ କିଶୋର ସିଂହ ଗାଁର ଅରୁଣ କୁମାର ସିହ୍ନାଙ୍କ ସହ ମିଶି ଏହି କାରନାମା କରିଥିଲା । ସେ ୩ ଜୁଲାଇ ୨୦୨୩ ମସିହାରେ ଏକ ଜାଲ ବିକ୍ରି ଦଳିଲ ପ୍ରସ୍ତୁତ କରିଥିଲା । ଯେଉଁଥିରେ କୈଳାଶ ଦେବୀଙ୍କୁ ମୃତ ଦର୍ଶାଯାଇଥିଲା । ଯେତେବେଳେ କି ସେ ଜୀବିତ ଥିଲେ । ଏହି ମାମଲାରେ ହାଜିପୁର ଜିଲ୍ଲା ପଞ୍ଜୀକରଣ କାର୍ଯ୍ୟାଳୟର ଜଣେ କିରାଣୀଙ୍କ ଭୂମିକାକୁ ମଧ୍ୟ ସନ୍ଦେହଜନକ ବୋଲି ବିବେଚନା କରାଯାଉଛି। ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେତେବେଳେ କିରାଣୀଙ୍କୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଛି ।
ନଗର ପୋଲିସ ଷ୍ଟେସନ ଦ୍ୱାରା ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କ ମଧ୍ୟରେ କୈଳାସ ଦେବୀଙ୍କ ବଡ଼ ପୁଅ ଏବଂ ବିକ୍ରେତା ନବଲ କିଶୋର ସିଂହ, କ୍ରେତା ଅରୁଣ କୁମାର ସିହ୍ନା, ମୌଧା ବୁଜୁର୍ଗର ବାସିନ୍ଦା ସୁନୀଲ ଭଗତ ଏବଂ ସାକ୍ଷୀ ରାମବାବୁ ସାହାଣୀ ମଧ୍ୟ ଅଛନ୍ତି ।

