ଆସ୍ଥା ଭକ୍ତି ଓ ବିଶ୍ବାସ, ଢିଙ୍କି ତଳୁ ବାହାରିଛି ହନୁମାନଙ୍କ ମୂତ୍ତି !

1 min read

କଟକ: ଆପଣ ସାଧାରଣ ତ ହନୁମାନ ଠାକୁରଙ୍କୁ ମନ୍ଦିର ଦେଖିଥିବେ l ଆଉ ମନ୍ଦିରରେ ଭୋଗ ବି କରିଥିବେ l ହେଲେ କଟକ ଜିଲ୍ଲାରେ ରହିଛି ଏକ ନିଆରା ହନୁମାନ ମନ୍ଦିର । ଏହି ଠାକୁରଙ୍କ ମୃତ୍ତି ଢ଼ିଙ୍କି ତଳୁ ବାହାରିଥିବାଲୋକ କଥା ରହିଛି । ଠାକୁର ପୂର୍ବ ମୁହାଁ ସହିତ ଉପରକୁ ଅନେଇ ରହିଛନ୍ତି l ମନ୍ଦିରରେ ସ୍ବତନ୍ତ୍ର ଚୁଡୁ ମୁଆଁ ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଲାଗି କରାଯାଇଥାଏ ।

ଆସ୍ଥା ଭକ୍ତି ଓ ବିଶ୍ବାସ । ଓଡ଼ିଆଙ୍କ ସଂସ୍କୃତି ଦେବ ଦେବୀଙ୍କୁ ପୂଜାର୍ଚ୍ଚନା । ଭଳିକି ଭଳି ଠାକୁରଙ୍କୁ ନିଆରା ଭୋଗ ଲାଗି ରହିଛି ପରମ୍ପରା । କଟକ ଜିଲ୍ଲା ଉମର ପଞ୍ଚାୟତରେ ଥିବା ହନୁମାନ ମନ୍ଦିରର ରହିଛି ସ୍ବତନ୍ତ୍ରତା । ଏଠାରେ ଠାକୁରଙ୍କୁ ଲାଗି ହୋଇଥାଏ ନିଆରା ଚୁଡୁ ମୁଆଁ ଭୋଗ । ଏହି ଭୋଗ ମନ୍ଦିର ଭିତରେ ଥିବା ରୋଷ ଘରେ ପ୍ରସ୍ତୁତ ହୋଇଥାଏ l ଅଟା ଛେନା ଗୁଆ ଘିଅ ଏବଂ ନଡ଼ିଆ କାଜୁ ଦ୍ବାରା ତିଆରି ହୋଇଥାଏ ଚୁଡୁ ମୁଆଁ  । ଠାକୁରଙ୍କ ଦର୍ଶନ ସହ ଭୋଗ ପାଇଁ ମଙ୍ଗଳବାର ଓ ଶନିବାର ମନ୍ଦିରରେ ବେଶ ଭିଡ଼ ଦେଖିବାକୁ ମିଳିଥାଏ । ଠାକୁରଙ୍କ ନିକଟରେ ମାନସିକ ରଖିଲେ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ମନ୍ଦିରରେ ଚୁଡୁ ମୁଆଁ ଭୋଗ ପୁରା ଓଡିଶା ପ୍ରସିଦ୍ଧ l ଏଠାକୁ ବିଭିନ୍ନ ଜିଲ୍ଲାରୁ ଭକ୍ତ ମାନେ ଆସିଥାନ୍ତି । ମନ୍ଦିର ଚୁଡୁ ମୂଆଁ ଭୋଗର ଏକ ସ୍ବତନ୍ତ୍ରତା ରହିଥିବା ବେଳେ ଏହାକୁ GI ଟ୍ୟାଗ ପାଇଁ ଦାବି ହୋଇଛି । ଯାହାଦ୍ଵାରା ପର୍ଯ୍ୟଟନ ସ୍ଥଳିର ଏବଂ ଭୋଗର ଅଧିକ ପ୍ରଚାର ପ୍ରସାର ହୋଇପାରିବ ବୋଲି କୁହାଯାଇଛି ।