ହରିଦ୍ବାର ମନସା ଦେବୀ ମନ୍ଦିରରେ ଦଳାଚକଟା, ୬ ଶ୍ରଦ୍ଧାଳୁ ମୃତ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରାଖଣ୍ଡ ହରିଦ୍ବାର ମନସା ଦେବୀ ମନ୍ଦରରେ ଦଳାଚକଟା । ଏଥିରେ ୬ଜରଙ୍କ ଚୀବନ ଯାଇଥିବା ବେଳେ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁସାରେ ମନ୍ଦରର ସିଡି ରସ୍ତାରେ ଏହି ଦଳାଚକଟା ହୋଇଛି । ମନ୍ଦିରରେ ଭିଡ ଅଧିକ ଥିବାରୁ ଏହି ଅଘଟଣ ଘଟିଛି । ଆହତମାନଙ୍କ ଚିକିତ୍ସା ଲାଗି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଡିଏମ ମଥୁର ଦୀକ୍ଷିତଙ୍କ ଅନୁସାରେ, କିଛି ଲୋକ ବିଦ୍ୟୁତ ତାରକୁ ଭାର ଦେଇ ଉପରକୁ ଚଢୁଥିଲେ । ଅଚାନକ କେହି ଜଣେ ସେହି ତାରରେ ବିଦ୍ୟୁତ ଥିବାର ପାଟି କରିଥିଲା । ଫଳରେ ଲୋକମାନେ ପ୍ରାଣ ବିକଳରେ ଦୌଡିବା ଆରମ୍ଭ କରିଥିଲେ । ଶ୍ରାବଣ ମାସ ଚାଲିଥିବାରୁ ଜଳ ଉଠାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସିଡି ରାସ୍ତା ସଙ୍କିର୍ଣ୍ଣ ଥିବାରୁ ସେଠାରେ ଠେଲାପେଲା ହୋଇ ଦଳାଚକଟା ହୋଇଥିଲା । ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଲକ୍ସ ମାଧ୍ୟମରେ ଶେକାବ୍ୟକ୍ତ କରିଛନ୍ତି ।