ଉତ୍ତର ପ୍ରଦେଶ ପ୍ରଶାସନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପୀଡିତାଙ୍କ ଭାଇ, ବଡବାପାଙ୍କୁ ମାଡ ମାରିଥିଲେ କଲେକ୍ଟର !

1 min read

ନୂଆଦିଲ୍ଲୀ :‘ତାଉଜୀ(ବଡ଼ବାପା) ଙ୍କୁ କଲେକ୍ଟର ଛାତିରେ ଆଘାତ କରିଛନ୍ତି । ସେ ଭଲରେ କଥାବାର୍ତ୍ତା କରିପାରୁନାହାନ୍ତି । ଆହାତ ହୋଇ ଘରେ ପଡ଼ି ରହିଛନ୍ତି ।  ଆମ ଉପରେ ନଜର ରଖାଯାଉଛି । ଘର ଭିତରେ ପୋଲିସ, ଘର ବାହାରେ ପୋଲିସ । ପରିସ୍ଥିତି ଏପରି ହୋଇଛି ଯେ, ଆମ ଘରର ମହିଳାମାନେ ଗାଧୁଆ ଘରକୁ ସ୍ୱଚ୍ଛନ୍ଦରେ ଯାଇପାରୁନାହାନ୍ତି । ଆମକୁ ଆମ ପକ୍ଷ ରଖିବାକୁ ଦିଆଯାଉନି । ଆମ କଥା କେହି ଶୁଣୁ ନାହାନ୍ତି’ ଡରି ଡରି ଏହିକଥା ଫୋନ ମାଧ୍ୟମରେ ଏକ ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କହୁଥାଆନ୍ତି ହାଥରସ ପୀଡ଼ିତାଙ୍କ ଭାଇ ।

କେବଳ ସେତକ ନୁହେଁ, ଏହି ଘଟଣାକୁ ନେଇ ୟୁପି ସହ ସାରା ଦେଶରେ ପ୍ରତିବାଦ ସୃଷ୍ଟି ହୋଇଛି । ଦୁଷ୍କର୍ମର ଶୀକାର ହୋଇ ମରିବା ପରେ ଏହି ଘଟଣାକୁ ଗଣମାଧ୍ୟମ ଗୁରୁତ୍ୱ ଦେବାରେ ଲାଗିଛି । ତେଣୁ କୌଣସିମତେ ଏହି ଘଟଣାରୁ ଧ୍ୟାନ ହଟାଇବା ପାଇଁ ୟୁପି ପ୍ରଶାସନ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

ଏପରିକି ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ମାମଲା ଲଢିବା ପାଇଁ ଆଇନଜୀବୀଙ୍କର ସହାୟତା ନେବା କଥା ।ମାତ୍ର ସେତକ ବି ସେମାନଙ୍କ ଭାଗ୍ୟରେ ଜୁଟୁନାହିଁ । ସେହିପରି ଆବାହାନ କାରଣରୁ ସେହି ଗାଁ ଏବଂ ଆଖପାଖ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରି ଆସିଥିବା ଠାକୁର ସମ୍ପ୍ରଦାୟର ଲୋକ(ବିଶେଷ ଭାବେ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟ) ତାଙ୍କ ଉପରେ ପାଲଟା ପ୍ରତିଶୋଧ ପରାଣୟ ହୋଇପାରିନ୍ତି ବୋଲି ଆଶଙ୍କା କରାଯାଉଛି ।

ଆଘାତ ପାଇଥିବା ଦୁଷ୍କର୍ମ ପୀଡିତାଙ୍କ ତାଉ(ବଡ଼ବାପା)ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଛି । ହେଲେ ଡରରେ ତାଙ୍କୁ ଘରେ ଜବରଦସ୍ତ ରଖାଯାଇଥିବା ପୀଡ଼ିତାର ଭାଇ ଅଭିଯୋଗ କରିଛନ୍ତି । ଦୁଷ୍କର୍ମର ଶୀକାର ହୋଇଥିବା ପରିବାର ଲୋକଙ୍କ କହିବାନୁଯାୟୀ, ଗାଁ ବାହାରକୁ କାହାକୁ ଯିବାକୁ ଦିଆଯାଇନାହିଁ । ଏପରିକି ଗାଁ ବାହାରରୁ ମଧ୍ୟ କାହାରିକୁ ଆସିବାକୁ ଦିଆଯାଇନାହିଁ ।  ଗାଁ ଚାରିପଟେ ବ୍ୟାରିକେଡ୍ କରିଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଦୁଷ୍କର୍ମ ପୀଡ଼ିତାଙ୍କ ଭାଉଜଙ୍କ ଅଭିଯୋଗ ଅନୁଯାୟୀ, ଆମ ପରିବାରକୁ ଭିନ୍ନ ଢଙ୍ଗରେ ନିରୀକ୍ଷଣ କରାଯିବା ସହ ନଜର ରଖାଯାଉଛି । ଯାହା ଆମକୁ ଅସହଜ କରି ଦେଉଛି । କ’ଣ ପାଇଁ ଏପରି ସବୁ ହେଉଛି, ଜମାରୁ ବୁଝି ହେଉନାହିଁ । ବାହାର ଲୋକଙ୍କ ଯିବା ଆସିବା ଏକ ପ୍ରକାର ବନ୍ଦ ଥିବା ବେଳେ କେତେକ ଲୋକ ଆସି , ନିଜକୁ ଆମ ସମାଜର ବୋଲି କହି ରଫାଦଫା କରିବାକୁ ଚେଷ୍ଟା କରୁଥିବା ଭାଉଜ ଅଭିଯୋଗ କରିଛନ୍ତି । ଏପରିକି ପୀଡ଼ିତାଙ୍କ ଛାତ ଉପରେ ପୋଲିସ ରହି ଚାରିଆଡ଼କୁ ନଜର ରଖୁଛି ।

ଅକ୍ଟୋବର ପହିଲାରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ହାସରଥ ଯିବା ପୂର୍ବରୁ ଅଟକାଗଲା । ସମାଜବାଦୀ ପାର୍ଟି, ଭୀମ ଆର୍ମି କର୍ମୀମାନଙ୍କୁ ଗିରଫ କରାଗଲା । ଗାନ୍ଧି ଜୟନ୍ତୀରେ ସମାନ ବ୍ୟବହାର ତୃଣମୂଳ କଂଗ୍ରେସ ନେତାମାନଙ୍କ ସହ ସମାନ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ପୋଲିସ ଲାଠିଚାର୍ଜ ମୁର୍ଦ୍ଦାରେ ରହିବା ସହ ବିପକ୍ଷର ନେତାମାନଙ୍କୁ ଠେଲାପେଲା କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହିଁ । ସେହିପରି ପରିବାର ବିନା ଅନୁମତିରେ ଦୁଷ୍କର୍ମ ପୀଡ଼ିତାଙ୍କ ଶବକୁ ପୋଲିସ ଜବରଦସ୍ତ ଦାହ କରିବା ଘଟଣାକୁ ଏନସିପି ନେତା ଶରଦ ପାଓ୍ବାର ନିନ୍ଦା କରିଛନ୍ତି  । ଶରଦ କହିଛନ୍ତି ଯେ,  ୟୁପି ସରକାର ନାଗରିକମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରୁଛି ।

Leave a Reply