spot_img

Latest Posts

ଆହୁରି ୭ ଦିନ ପ୍ରବଳ ଛେଚିବ, ଚାଷୀଙ୍କୁ ଆଶ୍ବସ୍ତ କରିବ ୨ଟି ଲଘୁଚାପ

ଭୁବନେଶ୍ବର: ଆସନ୍ତା କିଛି ଦିନ ଭିତରେ ରାଜ୍ଯରେ ପ୍ରବଳ ବର୍ଷା ହୋଇପାରେ। କାରଣ ୮ ଦିନ ଭିତରେ ଦୁଇଟି ଲଘୁଚାପ ହେବାର ସମ୍ଭାବନା ଅଛି। ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସାରା ରାଜ୍ୟରେ ଏବେ ମୌସୁମୀ ବର୍ଷା ଲାଗି ରହିଛି। ଏହା ସହିତ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା।

ଆଗକୁ ଦୁଇଟି ଲଘୁଚାପ ସୃଷ୍ଟି ହେବାର ଥିବାରୁ ଆହୁରି ଅଧିକ ବର୍ଷା ହେବାର ଆକଳନ କରାଯାଉଛି। ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇ ୧୯ ତାରିଖରେ ଲଘୁଚାପ‌ରେ ପରିଣତ ହୋଇପାରେ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ କିମ୍ବା ୨୫ ତାରିଖରେ ଲଘୁଚାପ ରୂପ ନେଇପାରେ।

ଏବେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ୫ରୁ ୭ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା ଲାଗିରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କୋରାପୁଟ,ରାୟଗଡ଼ା, କଳାହାଣ୍ଡି,ନୂଆପଡ଼ା, ମାଲକାନାଗିରି ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣି। ନିଅଣ୍ଟିଆ ବର୍ଷାକୁ ନେଇ ବାଲେଶ୍ଵରରେ ସ୍ଥିତି ଉତ୍କଟ ଥିବା ବେଳେ ୧୩ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି । ଆଗକୁ ହେବାରୁ ଥିବା ଦୁଇଟି ଲଘୁଚାପ ଯୋଗୁଁ ଯେଉଁ ବର୍ଷା ହେବ, ତାହା ନିଅଣ୍ଟକୁ ଭରଣା କରିବ।

Latest Posts

Don't Miss