କରୋନା ଭାଇରସ୍‌କୁ ନେଇ ପାରାଦୀପରେ ହାଇଆଲର୍ଟ, ଚାଇନା ଜାହାଜକୁ ବନ୍ଦରରେ ମନା

ପାରାଦୀପ: କରୋନା ଭାଇରସ୍‌କୁ ନେଇ ପାରାଦୀପରେ ହାଇଆଲର୍ଟ । ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଗତ ୧୦ ଦିନ ହେବ କରୋନା ଆକ୍ରାନ୍ତ ଦେଶରୁ ଆସୁଥିବା ୧୪ଟି ଜାହାଜର କର୍ମଚାରୀଙ୍କୁ ପାରଦୀପ ବନ୍ଦରରେ ଓହ୍ଲାଇବାକୁ ବାରଣ କରିଛି ପ୍ରଶାସନ ।

ଗତ ଶୁକ୍ରବାର ଚୀନରୁ ଆସିଥିବା ଏକ ଭାରତୀୟ ଜାହାଜର କର୍ମଚାରୀଙ୍କୁ ମଧ୍ୟ ସ୍ଥଳଭାଗକୁ ଓହ୍ଲାଇବା ପାଇଁ ବାରଣ କରିଥିଲା ପ୍ରଶାସନ । ସେପଟେ ବନ୍ଦର ଚିକିତ୍ସାଳୟ ପରିସରରେ ପ୍ରଶାସନ ପକ୍ଷରୁ ସଚେତନତା, ସେବା ଓ ସୁରକ୍ଷାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

Leave a Reply