ହିମାଚଳରେ ଶିକ୍ଷାନୁଷ୍ଠାନ ବନ୍ଦ, ମୃତ୍ୟୁସଂଖ୍ୟା ୬୦ ଛୁଇଁଲାଣି

1 min read

ଶିମଲା: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ବଢିଚାଲିଛି । ରାଜଧାନୀ ଶିମଲାର କ୍ରିଷ୍ଣା ନଗର ଅଞ୍ଚଳରେ ଭୂସ୍ଖଳନ ଘଟିଛି । ଯେଉଁଥିରେ ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି । ଶିମଲାରେ ଘଟିଥିବା ଘଟଣା ସମୟରେ ଲାଲପାଣି ଅଞ୍ଚଳରେ ଥିବା ସ୍ଲଟର ହାଉସର କୋଠା ମଧ୍ୟ ହଠାତ୍ ଭୁଶୁଡ଼ି ପଡ଼ିଥିବା ବେଳେ ଭୂସ୍ଖଳନ ଯୋଗୁଁ ୫ରୁ ଅଧିକ ଘର ଓ ଅନେକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ସ୍ଲଟର ହାଉସ୍ କୋଠା ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଗଛ ପଡ଼ିବାରୁ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ 60ରୁ ଅଧିକ ଲୋକଙ୍କ ମୃତ୍ୟୁ ହରାଇସାରିଲାଣି । ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିଚାଲିଛି ।

ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ସୂଚନା ଅନୁଯାୟୀ, ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ୭୫୨ଟି ରାସ୍ତା ବନ୍ଦ ରହିଛି। କାଲକା-ଶିମଲା ରେଳ ପଥ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍କୁଲ କଲେଜ ବନ୍ଦ ରହିଛି ।