spot_img

Latest Posts

ହିମାଚଳ ପ୍ରଦେଶରେ ପୁଣି ବାଦଲ ଫଟା ବର୍ଷା, ଦୁଇ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ନନ୍ଦିଘୋଷ ବ୍ୟୁରୋ : ହିମାଚଳ ପ୍ରଦେଶରେ ବର୍ଷାର ପ୍ରକୋପ। ବାଦଲ ଫଟା ବର୍ଷାରୁ ପୁଣିଥରେ ମଣ୍ଡିରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏକାଧିକ ଲୋକ ନିଖୋଜ ହୋଇଯାଇଥିବା ଜଣାପଡିଛି। ଆଜି ସକାଳୁ କାଙ୍ଗଡ଼ା ନିକଟରେ ପ୍ରବଳ ବର୍ଷା ଯୋଗୁଁ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଯାହା ଫଳରେ ଧର୍ମଶାଳାକୁ ଯାଉଥିବା ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଯାନବାହନ ଫସି ରହିଛି। ଅନେକ ଅତ୍ୟାବଶ୍ୟକୀୟ ସେବା ବାଧାପ୍ରାପ୍ତ ହୋଇଛି। ଘଣ୍ଟା ଘଣ୍ଟା ଧରି କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଯାହା ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଟୁଙ୍ଗଲ କଲୋନୀରେ ଗାଡ଼ିମୋଟର ଏବଂ କ୍ଷତିଗ୍ରସ୍ତ ଘରଗୁଡ଼ିକୁ ଭସାଇ ନେଇଛି ବନ୍ୟାପାଣି। ପ୍ରଶାସନ ପକ୍ଷରୁ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ। ଚଣ୍ଡିଗଡ଼-ମନାଲି ଏବଂ ମଣ୍ଡି-ପଠାନକୋଟ ରାଜପଥ ସମେତ ଅନେକ ପ୍ରମୁଖ ରାସ୍ତା ଅବରୋଧ ହୋଇଛି। ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ଦୁଇଟି ମୃତଦେହ ଉଦ୍ଧାର କରିଛନ୍ତି। ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନ, SDRF ଏବଂ ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠର କର୍ମଚାରୀ ଭଗ୍ନାବଶେଷ ସଫା କରିବା ଏବଂ ପ୍ରଭାବିତଙ୍କୁ ସହାୟତା କରିବାକୁ ନିୟୋଜିତ ହୋଇଛନ୍ତି।…

Latest Posts

Don't Miss