ନନ୍ଦିଘୋଷ ବ୍ୟୁରୋ : ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ରାଇଫଲରେ ସାଙ୍କେତିକ ଫାୟାରିଂ କରିବାର ଭିଡିଓ ଭାଇରାଲ ପ୍ରସଙ୍ଗ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ଆଗତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜ୍ୟୋତିମାଲ୍ଯା ବାଗଚିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର କରିବେ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବାମ ଦଳ ପକ୍ଷରୁ ଆଗତ ପିଟିସନକୁ ଗତ ୧୦ ତାରିଖରେ ଗ୍ରହଣ କରିଥିଲେ ଅଦାଲତ। ବାମଦଳ ପକ୍ଷରୁ ମାମଲା ଲଢୁଛନ୍ତି ଆଇନଜୀବୀ ନିଜାମ ପାଶା। ଏହି ଭିଡିଓରେ ଖପୁରୀର ଟୋପି ପିନ୍ଧିଥିବା ଓ ଦାଢି ରଖିଥିବା ବ୍ୟକ୍ତିଙ୍କୁ ହିମନ୍ତ ସାଙ୍କେତିକ ଭାବେ ଗୁଳି କରିବା ଦେଖାଯାଇଥିଲାଏ। ଏହାକୁ ବିଜେପି ପକ୍ଷରୁ ପ୍ରସାରିତ କରାଯାଇଥିଲା। ଦେଶବ୍ୟାପୀ ଏହାର ବିରୋଧ କରାଯିବା ପରେ ଏହି ପୋଷ୍ଟକୁ ବିଜେପି ହଟାଇଥିଲା। ଏନେଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରିବାକୁ ଦାବି କରିଥିଲେ ବାମ ଦଳ। ୧୮ ସେକଣ୍ଡର ଏହି ଭିଡିଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜେନେରେଟେଡ ଥିଲା। ବିଶେଷ କରି ଏକ ନିର୍ଦ୍ଦିଷ୍ଟ ଧର୍ମକୁ ସେ ଟାର୍ଗେଟ କରିଥିଲେ। ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାବେଳେ ହିମନ୍ତଙ୍କ ଏହି ଭିଡିଓକୁ ନେଇ ବର୍ଷିଥିଲେ ବିରୋଧୀ। ଏହି ଭିଡିଓ ଲେଖାଯାଇଥିଲା- ଆଉ ଦୟା ନାହିଁ। ବିଦେଶୀମୁକ୍ତ ଆସାମ ଇତ୍ୟାଦି।…

