spot_img

Latest Posts

‘HMVP ଭାଇରସ୍ ନୂଆ ନୁହେଁ , ୨୪ ବର୍ଷ ପୂର୍ବେ ଚିହ୍ନଟ ହୋଇଥିଲା ପ୍ରଥମ ମାମଲା’

ନୂଆଦିଲ୍ଲୀ : HMPV ଭାଇରସ ବିଶ୍ବର ଅନେକ ଦେଶକୁ ବ୍ୟାପିଛି । ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ଦେଖାଦେଇଛି । ଏହାକୁ Covid-19 ସହିତ ମଧ୍ୟ ତୁଳନା କରାଯାଉଛି  । ଏହି ସମୟରେ ମିଳିତ ଜାତିସଂଘ କହିଛି ଯେ, HMPV ଭାଇରସ୍ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା ।  ଏହା ଦୀର୍ଘ ଦିନ ଧରି ମାନବ ଜନସଂଖ୍ୟାରେ ରହିଆସିଛି । ଏହା ଏକ ସାଧାରଣ ଜୀବାଣୁ ଯାହା ଶୀତ ଏବଂ ବସନ୍ତରେ ବ୍ୟାପିଥାଏ  । ଜାତିସଂଘ କହିଛି ଯେ ଏହା ସାଧାରଣ ଥଣ୍ଡା ଭଳି ଲକ୍ଷଣ ସୃଷ୍ଟି କରିଥାଏ ।

ଭାରତରେ HMPV ସଂକ୍ରମଣର ପାଞ୍ଚଟି ମାମଲା ଚିହ୍ନଟ ହେବା ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସାଲିଲା ଶ୍ରୀବାସ୍ତବ ସୋମବାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ଏକ ଡିଜିଟାଲ୍ ବୈଠକର ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଦେଶରେ HMPV ମାମଲା ଏବଂ ସେମାନଙ୍କ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରିଥିଲେ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ବୈଠକରେ ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଡ. ରାଜୀବ ବାହଲ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଡ। ଆଇଡିଏସ୍ପି), ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର), ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି(ଏନଆଇଭି) ଏବଂ ଆଇଡିଏସପିର ରାଜ୍ୟ ମନିଟରିଂ ୟୁନିଟର ବିଶେଷଜ୍ଞମାନେ ଏଥିରେ ସାମିଲ ହୋଇଥିଲେ । କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜୁରାଟରେ HMPV ର ପାଞ୍ଚଟି ମାମଲା ଚିହ୍ନଟ ହୋଇଛି । HMPV ସର୍ବଭାରତୀୟ ସ୍ତରରେ ଏକ ଶ୍ବାସକ୍ରିୟା ଜୀବାଣୁ ଭାବରେ ଜଣାଶୁଣା  । ଏହା ଏକ ସଂକ୍ରାମକ ଜୀବାଣୁ ଯାହାକି ଯେକୌଣସି ବୟସ ବର୍ଗର ଲୋକଙ୍କଠାରେ ଶ୍ୱାସକ୍ରିୟାରେ ସଂକ୍ରମଣ ସୃଷ୍ଟି କରିପାରେ ।

Latest Posts

Don't Miss