spot_img

Latest Posts

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭାରତୀୟ ହକି ଦଳ

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ। ଅଲିମ୍ପିକରେ ବ୍ରୋଂଜ଼ ପଦକ ବିଜୟୀ ଭାରତୀୟ ହକି ଦଳ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ବିରୋଧୀ ଦଳ  ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ଅବସରରେ ନବୀନ ଖେଳାଳୀମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚସ୍ତରକୁ ନେବାକୁ କାମ ଜାରି ରଖିବା ପାଇଁ ଖେଳାଳୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକିରେ ସୁନା ପଦକ ଆଶା ରଖିଛନ୍ତି ବୋଲି କହିଛନ୍ତି ନବୀନ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଖେଳାଳିମାନଙ୍କୁ ଉପାୟନ ଓ ରୁପା ତାରାକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଖେଳାଳୀମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ନବୀନଙ୍କୁ ପ୍ରଦାନ କରିଥିଲେ। ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶାବାସୀଙ୍କ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ ବୋଲି କହିଥିଲେ ହକି ଦଳ ଖେଳାଳି। ଯେତେବେଳେ ହକି ପାଇଁ କେହି ପ୍ରାୟୋଜକ ଆଗେଇ ଆସି ନଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଓଡିଶା ଭାରତୀୟ ହକି ଦଳର ସ୍ପନସର ଦାୟିତ୍ୱ ନେଇଥିଲା। ଯାହାର ଫଳଶୃତି ସ୍ୱରୂପ ଆଜି ଅଲମ୍ପିକରେ ଭାରତୀୟ ହକି ଲଗାତାର ଦୁଇଥର ପଦକ ଜିତିବାରେ ସଫଳ ହୋଇପାରିଛି। ଓଡିଶାବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ଗୌରବ ଫେରି ପାଇଛି ବୋଲି ଖେଳାଲିମାନେ ପ୍ରକାଶ କରିବା ସହ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।

Latest Posts

Don't Miss