ବୟସ ୧୦, କିନ୍ତୁ ମାସିକ ଆୟ ୧୮ କୋଟି ଟଙ୍କା

ଡିଜିଟାଲ ପ୍ଲାଟଫର୍ମର ଚାହିଦା ଏତେ ବଢୁଛିଯେ, କୌଣସି ମଧ୍ୟ କ୍ୟାରିଅର ପଛରେ ପଡ଼ିଯାଉଛି । ଏହା ଏକ ରୋଜଗାରର ପନ୍ଥା ସାଜିଛି । ଏହାର ଉଦାହରଣ ହେଉଛି ରିଆନ କାଜି । ପ୍ରାୟ ୧୦ ବର୍ଷୀୟ ଏହି ପିଲା କିଛି ବର୍ଷ ପୂର୍ବ ଆରମ୍ଭ କରିଥିଲା ଡିଜିଟାଲ କ୍ୟାରିଅର ଏବଂ ଏବେ ସେ କୋଟିପତି ।

୨୦୧୫ରେ ୟୁଟୁବରେ କ୍ୟାରିଅର ଆରମ୍ଭ କରିଥିଲେ ରାୟନ କାଜୀ । ଥରେ ରାୟନ ୟୁଟୁବରେ ଖେଳଣାର ରଭ୍ୟୁ ଦେଖବା ସମୟରେ ଏକାଧିକ ପିଲାଙ୍କର ରିଭ୍ୟୁ ଦେଖିଥିଲେ । ଏକାଧିକ ପିଲାଙ୍କୁ ୟୁଟୁବରେ ଦେଖିବା ପରେ ଡିଜିଟାଲ ପ୍ଲାଟଫର୍ମରେ କ୍ୟାରିଅର ଆରମ୍ଭ କରିଥିଲେ ରିଆନ ।
ଆମେରିକାର ଟେକ୍ସାସରେ ରହୁଥିବା ରିଆନଙ୍କ ଭିଡ଼ିଓ ରିଭ୍ୟୁ ଉପସ୍ଥାପନା ଲୋକଙ୍କୁ ବେଶ୍‌ପସନ୍ଦ ଆସିଲା ଏବଂ ଧୀରେଧୀରେ ରିଆନଙ୍କ ଫ୍ୟାନ ଫଲୋଇଙ୍ଗ୍‌ବଢିଗଲା । ୨୦୧୮ରୁ ୨୦୨୦ ମଧ୍ୟରେ ସବୁଠାରୁ ଅଧିକ ଆୟ କରୁଥିବା ୟୁଟୁବର ହୋଇଗଲେ ରିଆନ ।

ରିଆନ ୟୁଟୁବରେ ଖେଳଣା ଏବଂ ଗେମ୍ସକୁ ଅନବକ୍ସ କରି ରିଭ୍ୟୁ ଦିଅନ୍ତି । ଗତବର୍ଷ ରିଆନ ୟୁଯୁବରୁ ପ୍ରାୟ ୨୯.୫ ମିଲିଅନ ଡଲାର୍ସ ବା ଭାରତୀୟ ମୂଦ୍ରାରେ ପ୍ରାୟ ୨୨୧ କୋଟି ଆୟ କରିଥିଲେ । ଅର୍ଥାତ୍‌ସେ ପ୍ରତି ମାସରେ ୟୁଟୁବରୁ ପ୍ରାୟ ୧୮ କୋଟି ଟଙ୍କା ଆୟ କରୁଛନ୍ତି । ଏହା ବ୍ୟତୀତ ଓ୍ୱର୍ଲଡ ବ୍ରାଣ୍ଡେଡ୍‌ଟଏ ଆଣ୍ଡ୍‌କ୍ଲଥିଂ ମାଧ୍ୟମରେ ରିଆନ ୨୦୦ ମିଲିଅନ ଡଲାର୍ସ ଆୟ କରିଥିଲେ । ତେବେ ରିଆନଙ୍କ ୯ଟି ୟୁଟୁବ ଚ୍ୟାନେଲ ମଧ୍ୟରେ ରିଆନ ଓ୍ୱର୍ଲଡ ନାମକ ଚ୍ୟାନେଲ ଖୁବ୍‌ପ୍ରସିଦ୍ଧ । ଏହି ଚ୍ୟାନେଲରେ ୪୦ ମିଲିଅନରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ରିଆନ ଟିଭି ସିରିଜ୍‌ପାଇଁ ମଧ୍ୟ ସାଇନ କରି ସାରିଛନ୍ତି ।

ତେବେ ରିଆନଙ୍କୁ ତାଙ୍କ ପରିବାର ତରଫରୁ ସମ୍ପୂର୍ଣ୍ଣ ସମର୍ଥନ ମିଳୁଛି । ଏଥିପାଇଁ ସେ ନିଜକୁ ଏକ ଚାଇଲ୍ଡ ଇନଫ୍ଲୁଏଞ୍ଜର ଭାବରେ ଉପସ୍ଥାପନା କରିବାରେ ସମର୍ଥ ହୋଇଛନ୍ତି ।

Leave a Reply