ହିଡମାର ଚକ୍ରବ୍ୟୁହରେ କେମିତି ଫଶିଲେ ଯବାନ ?

1 min read

ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଓ ସୁକମା ସୀମାବର୍ତ୍ତୀ କ୍ଷେତ୍ରର ଜଙ୍ଗଲ ମଧ୍ୟରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୪ ଜଣ ଯବାନ ସହିଦ ହୋଇଛନ୍ତି। କୁହାଯାଉଛି ଯେ,କୁଖ୍ୟାତ ନକ୍ସଲ ହିଡମାକୁ ଧରିବାକୁ ୨ ହଜାର ଯବାନ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଥିଲେ । ସେମାନ ବିଭିନ୍ନ ରାସ୍ତା ଦେଇ ଜଙ୍ଗଲକୁ ଯାଇଥିଲେ। ସମ୍ଭବତଃ ନକ୍ସଲଙ୍କ ଗୁପ୍ତଚର ଏ ବାବଦରେ ଆଗରୁ ଖବର ପାଇ ସାରିଥିଲେ। ତେଣୁ ନକ୍ସଲ ନିଜ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ରଣନୀତି ଅନୁସାରେ ଜଙ୍ଗଲ ମଧ୍ୟକୁ ପ୍ରବେଶ କାଳରେ ଯବାନଙ୍କ ଉପରେ କୌଣସି ପ୍ରକାରର ଆକ୍ରମଣ ହୋଇନଥିଲା । ନକ୍ସଲ ପୂର୍ବନିର୍ଧାରିତ ସ୍ଥାନରେ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ ତେଣୁ ସେମାନେ ଯବାନଙ୍କୁ ଜଙ୍ଗଲ ମଧ୍ୟକୁ ଯିବାକୁ ଦେଇଥିଲେ । ଏହାକୁ ସାଧାରଣ ଭାଷାରେ ଏମିତି କୁହାଯାଇପାରେ ଯେ, ସମୟ ଓ ସ୍ଥାନ ନକ୍ସଲ ନିର୍ଧାରିତ କରିଥିଲେ ।

ସୂଚନା ଅନୁସାରେ ସୁରକ୍ଷାବଳ ଗୋଟିଏ ଦଳରେ ସାମିଲ ନଥିଲେ । ସେମାନେ ବିଭିନ୍ନ ଟିମରେ ବିଭକ୍ତ ହୋଇ ଜଙ୍ଗଲ ମଧ୍ୟକୁ ଯାଇଥିଲେ । ହିଡମାର ବଟାଲିଅନ ଏହାର ଫାଇଦା ଉଠାଇ ଯବାନଙ୍କୁ ଏଭଳି ସ୍ଥାନରେ ଟାର୍ଗେଟ୍ କରିଥିଲା ଯାହାର ଆକାର ଇଂରାଜୀ ଅକ୍ଷର “U’ ଭଳି ଥିଲା । ଏବେ ଆସନ୍ତୁ ଜାଣିବା ଏହି ୟୁ ସେପ୍ ଆମ୍ବୁସ୍ କ’ଣ ?

ସୂଚନା ଅନୂସାରେ ହିଡମା ଓ ତା’ର ଦଳ ଆକ୍ରମଣ ପାଇଁ ଯେଉଁ ସ୍ଥାନକୁ ବାଛିଥିଲେ ତାହା ୟୁ ଆକାର ଭଳି ଥିଲ । ଏହି ସ୍ଥାନରେ ପହଂଚିବା ପରେ ଯବାନଙ୍କ ପକ୍ଷରେ ଆଗକୁ ବଢିବା ରାସ୍ତା ବନ୍ଦ ଥିଲା । ଯବାନଙ୍କୁ ଉକ୍ତ ସ୍ଥାନରେ ପହଂଚିବାକୁ ଦେବା ପରେ ତିନି ପଟୁ ଆରମ୍ଭ ହୋଇଥିଲା ଆକ୍ରମଣ । ପାହାଡ ଉପରେ ଥିବା ନକ୍ସଲ ସୁରକ୍ଷାକର୍ମୀଙ୍କ ଉପରକୁ ଆଖି ବୁଜା ଗୁଳିମାଡ କରିଥିଲେ । ନକ୍ସଲଙ୍କ ୟୁ ସେପ୍ ଜାଲରେ ପଡିଥିବା ଯବାନ ତଥାପି ମୁକାବିଲା କରିଥିଲେ । ସେମାନେ ପାଖରେ ଥିବା ଗାଁ ଆଡକୁ ଟାକ୍ଟିକାଲ ରିଟ୍ରେଟ୍ କରିଥିଲେ । କିନ୍ତୁ ନକ୍ସଲ ପିଛା କରି ଆକ୍ରମଣ ଜାରି ରଖିଥିଲେ ।
୪ ଟ୍ରାକ୍ଟରରେ ନିଜ ନିହତ ସାଥୀଙ୍କୁ ଲଦି ପଳାୟନ କରିଥିଲେ ନକ୍ସଲ
ନକ୍ସଲଙ୍କ ଆକ୍ରମଣରେ କେବଳ ଯବାନ ସହିଦ ହୋଇ ନାହାନ୍ତି । ପାଲଟା ଆକ୍ରମଣରେ ଅନେକ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି । ପୋଲିସକୁ ମିଳିଥିବା ସୂଚନା ଅନୁସାରେ ନକ୍ସଲ ୪ଟି ଟ୍ରାକ୍ଟରରେ ନିଜ ନିହତ ସାଥିଙ୍କୁ ଲୋଡ୍ କରି ଘଟଣାସ୍ଥଳରୁ ଫେରାର ହୋଇଥିଲେ ।
ହିଡମାର ସୁରକ୍ଷାରେ ୮ଶହ ନକ୍ସଲ
ନକ୍ସଲ କମାଣ୍ଡର ହିଡମା ମୁଣ୍ଡ ଉପରେ ରହିଛି ୨୫ ଲକ୍ଷ ଟଙ୍କାର ପୁରସ୍କାର । ଏହି ଦାଗୀ ନକ୍ସଲର ସୁରକ୍ଷାରେ ୮ଶହ ନକ୍ସଲ କ୍ୟାଡର ନିୟୋଜିତ ଥିବା କୁହାଯାଉଛି । ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ହିଡମାର ଆଡ୍ଡା ରହିଛି ।

Leave a Reply