spot_img

Latest Posts

ହିଟଷ୍ଟ୍ରୋକ ପିଡିତଙ୍କୁ କେମିତି କରିବେ ସାହାଯ୍ୟ ? ଜାଣନ୍ତୁ ଲକ୍ଷଣ ଓ ଚିକିତ୍ସା

ଯଦି ଆପଣ କିମ୍ବା ଆପଣଙ୍କ ନିକଟସ୍ଥଙ୍କୁ ହଠାତ୍ ଅତ୍ୟଧିକ ଝାଳ ବାହାରି ଜ୍ବର ହେଉଛି ଏହା ହିଟଷ୍ଟ୍ରୋକର ଲକ୍ଷଣ  । ତତଲା କଡେଇରେ ଭାଜି ହେଉଛି ଦେଶର ଅଧିକାଂଶ ରାଜ୍ୟ  । ଏଥିଯୋଗୁଁ ଅସହ୍ୟ ତାତି ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ  । ଅଧିକାଂଶ ଲୋକ ହିଟଷ୍ଟ୍ରୋକର ଲକ୍ଷଣ ନ ଜାଣି ପାରି ଅସୁସ୍ଥତା ପରେ ମୃତ୍ୟୁମୁଖରେ ପଡୁଛନ୍ତି  । ହିଟ୍‌ ଷ୍ଟ୍ରୋକ କାହିଁକି ହୁଏ ଏବଂ ଏହାର ଲକ୍ଷଣ କ’ଣ ପ୍ରଥମେ ଜାଣନ୍ତୁ ।

୧୦୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଜ୍ୱର

ଅତ୍ୟଧିକ ଝାଳ ବୋହିବା

ଝାଡାବାନ୍ତି

ଦ୍ରୁତ ନିଶ୍ୱାସ

ମୁଣ୍ଡବିନ୍ଧା

ଚେତାଶୂନ୍ୟ

 

କେମିତି କରିବେ ଚିକିତ୍ସା

ଯଦି ଜଣେ ବ୍ୟକ୍ତି ହଠାତ୍ ବାନ୍ତି କରେ ଏବଂ ଶରୀରର ତାପମାତ୍ରା ୧୦୪ ଡିଗ୍ରୀ ଅତିକ୍ରମ କରେ ତେବେ ସର୍ବପ୍ରଥମେ, ବ୍ୟକ୍ତିଙ୍କ ମୁଣ୍ଡରେ ଥଣ୍ଡା ପାଣି ଛିଞ୍ଚନ୍ତୁ ।

ତାଙ୍କୁ ଫ୍ୟାନ୍ ତଳେ ବସାନ୍ତୁ । ଏହି ସମୟରେ ପିଡିତ ବ୍ୟକ୍ତିଙ୍କୁ ସୂର୍ଯ୍ୟକିରଣରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ  ।

ବେକ, ବାହୁ ଏବଂ ଅଣ୍ଟାରେ ଏକ ବରଫ ପ୍ୟାକ୍ କିମ୍ବା ଥଣ୍ଡା ଏବଂ ଓଦା ଟାୱେଲ୍ କିମ୍ବା କପଡା ରଖନ୍ତୁ  ।

ଯଦି ବ୍ୟକ୍ତି ଅଚେତ ନାହାନ୍ତି ତାଙ୍କୁ ପିଇବା ପାଇଁ ପାଣି ଦିଅନ୍ତୁ  । ଯଦି ପାଣି ନଥାଏ, ତେବେ ଆପଣ ନଡ଼ିଆ ପାଣି କିମ୍ବା ଘୋଳଦହି ମଧ୍ୟ ଦେଇପାରିବେ  ।

ଯଦି ବ୍ୟକ୍ତି ଚେତାଶୂନ୍ୟ ହୋଇଯାଇଛନ୍ତି ତେବେ ଥରେ କିମ୍ବା ଦୁଇଥର ଡାକନ୍ତୁ  । ହାତ ନାଡିକୁ ମଧ୍ୟ ଯାଞ୍ଚ କରନ୍ତୁ  । ଯଦି ପ୍ରତିକ୍ରିୟା ମିଳେ ତେବେ ବ୍ୟକ୍ତି ବିପଦମୁକ୍ତ  ।

ଯଦି କୌଣସି ପ୍ରତିକ୍ରିୟା ମିଳୁ ନାହିଁ ତେବେ ତୁରନ୍ତ CPR ଦିଅନ୍ତୁ  । ଏହି ସମୟ ମଧ୍ୟରେ ଆମ୍ବୁଲାନ୍ସକୁ ମଧ୍ୟ ଡାକନ୍ତୁ  ।

Latest Posts

Don't Miss