ଆପଣଙ୍କ ପାଖରେ ନକଲି ୫୦୦ ଟଙ୍କିଆ ନୋଟ ନାହିଁ ତ ? ଜାଣନ୍ତୁ କେମିତି ଚିହ୍ନିବେ ଅସଲି ନୋଟ୍

1 min read

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ବାର୍ଷିକ ରିପୋର୍ଟରେ ନକଲି ନୋଟକୁ ନେଇ ବଡ଼ ଖୁଲାସା ହୋଇଛି। RBI ଏବଂ ଅନ୍ୟ ବ୍ୟାଙ୍କ ଦ୍ୱାରା ଜବତ ହୋଇଥିବା  ୫.୪୫ କୋଟି ଟଙ୍କା ଏହା ପ୍ରମାଣିତ କରୁଛି ଦେଶରେ ନକଲି ନୋଟର ବ୍ୟବସାୟ ଚାଲୁ ରହିଛି । RBI ରିପୋର୍ଟ ଅନୁସାରେ ବର୍ଷ ୨୦୨୦-୨୧ରେ ୫.୪୫କୋଟି ଟଙ୍କାରୁ ଅଧିକ ନକଲି ନୋଟ ଜବତ କରାଯାଇଛି । ସମୁଦାୟ ୨ଲକ୍ଷ ୮ ହଜାର ୬୩୫ ନକଲି ନୋଟ ଜବତ ହୋଇଥିବା ବେଳେ ସେଥିରୁ ୮୧୦୭ଟି ନୋଟ ଅର୍ଥାତ୍ ପାଖାପାଖି ୪ ପ୍ରତିଶତ ନକଲି ନୋଟ RBI ଜବତ କରିଛି । ଏବଂ ବାକି ୨ଲକ୍ଷ ୫ଶହ ୧୮ଟି ନୋଟ ଅର୍ଥାତ୍ ପାଖାପାଖି ୯୬ ପ୍ରତିଶତ ନକଲି ନୋଟ ଅନ୍ୟାନ୍ୟ ବ୍ୟାଙ୍କ ଦ୍ୱାରା ଜବତ ହୋଇଛି ।

ଅଧିକ ରହିଛି ୫୦୦ଟଙ୍କିଆ ନକଲି ନୋଟ

ପୂର୍ବବର୍ଷ ତୁଳନାରେ ଜବତ ହୋଇଥିବା ୫୦୦ଟଙ୍କିଆ ନକଲି ନୋଟରେ  ୩୧.୩ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ୨୦୧୯-୨୦ରେ ୩୦ହଜାର ୫୪ଟି ୫୦୦ଟଙ୍କିଆ ନୋଟ ଜବତ କରାଯାଇଥିଲା । ଏବଂ ୨୦୨୦-୨୧ରେ ୩୯ହଜାର ୪୫୩ଟି ୫୦୦ ଟଙ୍କିଆ ନୋଟ ଜବତ ହୋଇଛି । ଯଦିଓ ଅନ୍ୟ ନୋଟ ଗୁଡ଼ିକରେ ଏତେଟା ନକଲି ନୋଟ ନାହିଁ । ତଥାପି ନକଲି ନୋଟରେ ୨ଟଙ୍କିଆ, ୫ଟଙ୍କିଆ ଏବଂ ୧୦ ଟଙ୍କିଆଠାରୁ ଆରମ୍ଭ କରି ୨୦୦୦ଟଙ୍କିଆ ନୋଟ ପର୍ଯ୍ୟନ୍ତ ସବୁ ନୋଟର ନକଲି କରାଯାଇ ବଜାରକୁ ଛଡ଼ା ଯାଇଛି ।

କେମିତି ଚିହ୍ନିବେ ଅସଲି ୫୦୦ ଟଙ୍କିଆ ନୋଟ ?

ଆପଣ ଯେମିତି ଆଗକୁ ଅସୁବିଧାରେ ନ ପଡ଼ନ୍ତି ତେଣୁ ଆପଣଙ୍କୁ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ ଯେମିତି ହେଲେ ଜାଣିବା ଦରକାର । ବିମୁଦ୍ରାକରଣରେ ପୁରୁଣା ୫୦୦ ଟଙ୍କିଆ ନୋଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ତେଣୁ ଆପଣଙ୍କୁ ନୂଆ ୫୦୦ ଟଙ୍କିଆ ନୋଟକୁ ଭଲଭାବରେ ଚିହ୍ନିବାକୁ ପଡ଼ିବ । RBI ତରଫରୁ ଅସଲି ୫୦୦ ଟଙ୍କିଆ ନୋଟ ଚିହ୍ନିବା ପାଇଁ ଏହି ୧୫ଟି ମୁଖ୍ୟ କଥା ଆପଣଙ୍କୁ ଜାଣିବାକୁ ହେବ । ଯାହାଦ୍ୱାରା ଆପଣ ସହଜରେ ଅସଲି ଓ ନକଲି ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ ।

ଏମିତି କିଛି ମହତ୍ୱପୂର୍ଣ୍ଣ ଚିହ୍ନକୁ ଧ୍ୟାନ ଦିଅନ୍ତୁ

୧. ନୋଟକୁ କୌଣସି ଆଲୋକିତ ସ୍ଥାନରେ ରଖିଲେ ଏଥିରେ ୫୦୦ ଲେଖା ହୋଇଥିବା ଦେଖାଯାଏ ।

୨. ଆଖି ସାମ୍ନାରେ ୪୫ ଡିଗ୍ରୀ କୋଣରୁ ନୋଟକୁ ରଖିଲେ ଏଠାରେ ୫୦୦ ଲେଖାଯାଇଥିବା ଦେଖାଯିବ ।

୩. ଏଠାରେ ଦେବନାଗରୀରେ ୫୦୦ ଲେଖାଯାଇଥିବ ।

୪. ପୁରୁଣା ନୋଟ ତୁଳନାରେ ଦେଖିଲେ ମାହାତ୍ମାଗାନ୍ଧିଙ୍କ ସ୍ଥାନରେ ସାମାନ୍ୟ ପରିବର୍ତ୍ତନ ଆସିଥାଏ ।

୫.  ଯଦି ନୋଟଟିକୁ ସାମାନ୍ୟ ମୋଡ଼ିବେ ତେବେ ସିକ୍ୟୁରିଟି ଥ୍ରୀଡର କଲର ସାବୁଜରୁ ନୀଳ ହୋଇଯାଇଥାଏ ।

୬. ପୁରୁଣା ନୋଟ ତୁଳନାରେ ଦେଖିଲେ ଗଭର୍ଣ୍ଣରଙ୍କ ହସ୍ତାକ୍ଷର, ଗ୍ୟାରେଣ୍ଟି କ୍ଲଜ ଏବଂ ଆରବିଆଇର ଲୋଗୋ ଡାହାଣକୁ ଉଠିଯାଇଥିବାର ଦେଖିପାରିବେ ।

୭. ଏଠାରେ ମାହାତ୍ମାଗାନ୍ଧିଙ୍କ ଫଟୋ ରହିବା ସହ ଇଲେକ୍ଟ୍ରୋ ଟାଇପ ୱାଟରମାର୍କ ମଧ୍ୟ ରହିଛି ।

୮. ଏବଂ ଯଦି ଆମେ ଉପରେ ବାମ ପାଖରେ ଏବଂ ନୋଟର ତଳେ ଡାହାଣ ପାଖରେ ଦେଖିବା ତାହାଲେ ସେଠାରେ ଥିବା ନମ୍ବର ବାମ ପାଖରୁ ଡାହାଣ ପାଖକୁ ଆକାରରେ ବଢୁଥିବାର ଦେଖିପାରିବା ।

୯. ଏଠାରେ ଥିବା ୫୦୦ର ରଙ୍ଗ ବଦଳିଥାଏ ଏବଂ ଏହା ସବୁଜରୁ ନୀଳ ହୋଇଯାଇଥାଏ ।

୧୦. ଡାହାଣ ପାଖରେ ଅଶୋକ ଚିହ୍ନ ରହିଛି ।

ନୋଟର ପଛରେ ଏହିସବୁ ଚିହ୍ନ ରହିଛି

ନୋଟର ଛପା ଯାଇଥିବା ବର୍ଷ ଲେଖାଥିବ ।

ନୋଟର ମଧ୍ୟଭାଗରେ ଲଗ୍ୱେଜ ପ୍ୟାନେଲ ରହିଛି ।

ଶ୍ଳୋଗାନ ସହ ସ୍ୱଚ୍ଛ ଭାରତର ଲୋଗ ରହିଛି ।

ଜାତୀୟ ପତାକା ସହ ଲାଲକିଲ୍ଲାର ଫଟୋ ମଧ୍ୟ ରହିଛି ।

ଦେବନାଗରୀରେ ୫୦୦ ଲେଖାଯାଇଛି ।

ସ୍ପର୍ଶ କରି କେମିତି ଚିହ୍ନିବେ ?

ଭାରତୀନ ନୋଟରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ମଧ୍ୟ କିଛି ଚିହ୍ନ ରଖାଯାଇଛି । ୫୦୦ଟଙ୍କିଆ ନୋଟରେ ଅଶୋକ ସ୍ଥମ୍ଭର ପ୍ରତିକ , ମହାତ୍ମାଗାନ୍ଧିଙ୍କ ଫଟେ, ବ୍ଲିଡ ଲାଇନ , ପରଖିବାର ଚିହ୍ନ ବହୁତ ଭଲଭାବରେ ମୁଦ୍ରିତ କରାଯାଇଛି । ଯାହାକୁ ଦୃଷ୍ଟିହୀନ ବ୍ୟକ୍ତି ସ୍ପର୍ଶ କରି ଚିହ୍ନି ପାରିବେ ।

Leave a Reply