ହୋଲି ପରେ କେମିତି ସଫା କରିବେ ରଙ୍ଗ ଲଗା ଡ୍ରେସ୍

ଭୁବନେଶ୍ୱର : ଆସିଯାଇଛି ରଙ୍ଗର ପର୍ବ ହୋଲି । ପ୍ରାୟ ସମସ୍ତେ ଏହି ପର୍ବକୁ ବେଶ୍ ଧୂମଧାମରେ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି । ହୋଲି ଖେଳିବାକୁ ଯେତେ ମଜା ଲାଗେ ତାପରେ କିନ୍ତୁ ରଙ୍ଗ ଛଡ଼େଇବା ହୋଇଯାଏ ପୂରା ସଜା। ଆଉ ଡ୍ରେସରୁ ରଙ୍ଗ ଛଡ଼େଇବା ତ ବହୁତ କଷ୍ଟକର ହୋଇପଡ଼େ । ପ୍ରାୟ ସମସ୍ତେ  ହୋଲି ପରେ କପଡ଼ାରେ ଲାଗିଥିବା ରଙ୍ଗକୁ ନେଇ ଅନେକ ଚିନ୍ତାରେ ପଡ଼ିଥା’ନ୍ତି। ତେବେ ଆଜି ଆମେ ଆପଣଙ୍କର ଏହି ଚିନ୍ତା ଦୂର କରିଦେବୁ। ଆସନ୍ତୁ ଜାଣିବା କେମିତି କପଡ଼ାରୁ ଛଡାଇବେ ରଙ୍ଗ

୧. ଧଳା ଭିନେଗାର୍:  ରଙ୍ଗ ଲାଗିଥିବା କପଡ଼ାକୁ ସହଜରେ ସଫା କରି ଦେଇଥାଏ ଧଳା ଭିନେଗାର। କପଡ଼ା ସଫା କରିବା ସମୟରେ ପାଣିରେ ଅଧା କପ୍‌ ଭିନେଗାର୍‌ ପକାନ୍ତୁ। ଦେଖିବେ ସହଜରେ ରଙ୍ଗ ଛାଡ଼ିଯିବ। ମନେ ରଖନ୍ତୁ ଭିନେଗାର୍‌ କେବଳ ସୂତା କପଡ଼ା ପାଇଁ ବ୍ୟବହାର କରିବେ।

୨. ଲେମ୍ବୁ: ରଙ୍ଗ ଲାଗିବା ପରେ ସେହି କପଡ଼ାକୁ ପ୍ରଥମେ କିଛି ସମୟ ଲେମ୍ୱୁ ପାଣିରେ ବୁଡ଼ାଇ ରଖନ୍ତୁ। ଏହାପରେ ସାବୁନ୍‌ କିମ୍ବା ସର୍ଫରେ କପଡ଼ାକୁ ସଫା କରି ନିଅନ୍ତୁ। ଦେଖିବେ କପଡ଼ା ପୂରା ସଫା ହୋଇଯିବ।

୩. ବାସନ ମଜା ସାବୁନ୍‌: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବାସନ ମଜା ସାବୁନରେ ବି ଆପଣ ରଙ୍ଗ ହୋଇଥିବା ଧଳା କପଡ଼ା ସଫା କରିପାରିବେ। ହୋଲି ରଙ୍ଗ ଛଡ଼ାଇବା ପାଇଁ ଏହା ବହୁତ ଭଲ କାମ କରିଥାଏ। ହେଲେ ଏହା କପଡ଼ାର କୌଣସି କ୍ଷତି କରି ନଥାଏ ।

୪. ଦହି: କପଡ଼ାରୁ ରଙ୍ଗ ଛଡ଼ାଇବାରେ ଦହି ଭଲ କାମ କରେ। କିଛି ସମୟ ଦହି ପାଣିରେ ରଙ୍ଗ ଲାଗିଥିବା କପଡ଼ା ସବୁକୁ ବୁଡ଼ାଇ ରଖନ୍ତୁ। ଏହାପରେ କପଡ଼ାକୁ ହାଲକା ଭାବେ ଟିକେ ମକଚି ଧୋଇ ନିଅନ୍ତୁ। ଏହିପରି ଦୁଇଥର କଲେ ରଙ୍ଗ ସହଜରେ ଛାଡ଼ି ଯାଇଥାଏ।

୫. ବେକିଂ ସୋଡ଼ା: ରଙ୍ଗ ହୋଇଥିବା କପଡ଼ା ଧୋଇବାବେଳେ ପାଣିରେ କିଛି ବେକିଂ ସୋଡ଼ା ମିଶାଇ ଦିଅନ୍ତୁ। ଏହା ମଧ୍ୟ ରଙ୍ଗ ଛଡ଼ାଇବାରେ ଭଲ କାମ କରିଥାଏ।

 

 

Leave a Reply