ସମ୍ବଲପୁରରେ ଆୟୋଜିତ ହୋଇଛି ପଶ୍ଚିମ ଓଡ଼ିଶା କୃଷି ଓ କୃଷି ଯନ୍ତ୍ରପାତି ମେଳା-୨୦୨୩

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବିରାଟ କୃଷିମେଳା । ସମ୍ବଲପୁରରେ ଆୟୋଜିତ ହୋଇଛି ପଶ୍ଚିମ ଓଡ଼ିଶା କୃଷି ଓ କୃଷି ଯନ୍ତ୍ରପାତି ମେଳା ୨୦୨୩ । ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ । ଏଥିରେ ପଶ୍ଚିମ ଓଡ଼ିଶାର ଶହଶହ ଚାଷୀ, କୃଷି ବିଜ୍ଞାନୀ ଓ ଉଦ୍ୟୋଗୀ ଯୋଗଦେଇଛନ୍ତି । ମେଳାରେ ୫୦୦ ଚାଷୀ ଯୋଗଦେଇଥିବା ସୂଚନା ମିଳିଛି । ନୂଆ କୃଷିନୀତି ତଥା ନୂତନ ଜ୍ଞାନ କୌଶଳର ଉପଯୋଗରେ କିଭଳି ଚାଷ କରାଯିବ ସେନେଇ ତାଲିମ ଦିଆଯାଉଛି । କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ଟ୍ରେନିଂ ଦେଉଛନ୍ତି ବିଶେଷଜ୍ଞ  । ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ଚାଷୀ ।